ETV Bharat / sports

ରାଇନାଙ୍କ ମାମୁଁଙ୍କ ପରିବାରକୁ ଆକ୍ରମଣ ଘଟଣା, ଏସଆଇଟିକୁ ତଦନ୍ତ ଭାର - SITକୁ ତଦନ୍ତ ଭାର

କ୍ରିକେଟର ସୁରେଶ ରାଇନାଙ୍କ ମାମୁଁ ଓ ପିଉସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର SITକୁ ଦିଆଯାଇଥିବା ପଞ୍ଜାବ ପୋଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି ।

SIT probing killing of cricketer Suresh Raina's uncle, cousin case: Punjab Police
ରାଇନାଙ୍କ ମାମୁଁଙ୍କ ପରିବାରକୁ ଆକ୍ରମଣ ଘଟଣା, ଏସଆଇଟିକୁ ତଦନ୍ତ ଭାର
author img

By

Published : Sep 1, 2020, 8:44 PM IST

ପଠାନକୋଟ(ପଞ୍ଜାବ): ଅଜଣା ଦୃର୍ବୁତ୍ତଙ୍କ ଆକ୍ରମଣରେ କ୍ରିକେଟର ସୁରେଶ ରାଇନାଙ୍କ ମାମୁଁ ଓ ପିଉସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ(SIT) କୁ ଦିଆଯାଇଛି । ପଞ୍ଜାବ ପୋଲିସ ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି ।

SIT probing killing of cricketer Suresh Raina's uncle, cousin case: Punjab Police
ରାଇନାଙ୍କ ମାମୁଁଙ୍କ ପରିବାରକୁ ଆକ୍ରମଣ ଘଟଣା, ଏସଆଇଟିକୁ ତଦନ୍ତ ଭାର

"କେସକୁ ଗମ୍ଭୀରତାର ସହ ନେବା ସହ ତଦନ୍ତ ଭାର ଏସଆଇଟିକୁ ଦିଆଯାଇଛି । ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।" ପଠାନକୋଟ ଏସପି ପ୍ରଭୋଜିତ ସିଂ ଏହା କହିଛନ୍ତି ।

ପୂର୍ବରୁ ପଠାନକୋଟ ଜିଲ୍ଲାରେ ହୋଇଥିବା ଡକାୟତଙ୍କ ଆକ୍ରମଣରେ ମାମୁଁଙ୍କ ପରେ ଅନ୍ୟଜଣେ ପିଉସୀ ମୃତ୍ୟୁ ସହ ସଂଘର୍ଷ କରି ହାରି ଯାଇଛନ୍ତି ବୋଲି ଟ୍ବିଟ ଯୋଗେଁ ଦୁଃଖର ସହ ପ୍ରକାଶ କରିଥିଲେ ରାଇନା। ପରିବାର ସହ ଯାହା ଘଟିଛି ଅତ୍ୟନ୍ତ ଭୟାନକ । ଆଉ ଜଣେ ପିଉସୀ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଲାଇଭ ସପୋର୍ଟ ସିଷ୍ଟମରେ ଥିବା ସେ ଉଲ୍ଲେଖ କରିଥିଲେ ।

ଗତ ସପ୍ତାହରେ ଆଇପିଏଲ 2020ରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିଲେ ରାଇନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.