ETV Bharat / sports

‘ଠିକ ମୋ ପରି ହ୍ୟାଟ୍ରିକ ନେଇଛନ୍ତି ସାମି, ଆମେ ଦୁଇ ଦାଢ଼ିବାଲା ସମାନ’

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସାମିଙ୍କ ଚମତ୍କାର ହ୍ୟାଟ୍ରିକ ପରେ ସମସ୍ତେ ମନେ ପକାଇଛନ୍ତି 36 ବର୍ଷ ପୁରୁଣା ଇତିହାସ । 1987ରେ ଚେତନ ଶର୍ମା ପ୍ରଥମ କରି ବିଶ୍ବକପରେ ହ୍ୟାଟ୍ରିକ ନେଇ ଥିଲେ । ଆଉ ଚେତନ ଏବେ ଏକ ଭିଡିଓ ସେୟାର କରି ଜଣାଇଛନ୍ତି ତାଙ୍କ ହ୍ୟାଟ୍ରିକ ସାମିଙ୍କ ହ୍ୟାଟ୍ରିକର ସମାନତା ।

author img

By

Published : Jun 24, 2019, 11:08 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚଳିତ ବିଶ୍ବକପର ଏକ ରୋମାଞ୍ଚକର ମ୍ୟାଚ ଥିଲା ଭାରତ ବନାମ ଆଫଗାନିସ୍ତାନ ଲଢେଇ । ଏହି ମ୍ୟାଚରେ ସାମି ହ୍ୟାଟ୍ରିକ ନେଇ ଚର୍ଚ୍ଚାରେ । 28 ବର୍ଷୀୟ ସାମି ଚେତନ ଶର୍ମାଙ୍କ ପରେ ବିଶ୍ବକପରେ ହ୍ୟାଟ୍ରିକ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର । ଶେଷ ଓଭରରେ ସାମି ଆଫଗାନିସ୍ତାନର ପାଳିକୁ 213 ରନରେ ସୀମିତ କରି ଦେଇଥିଲେ ଏବଂ ଭାରତ ପାଇଁ 11 ରନର ବିଜୟ ଆଣିଦେଇଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@chetans1987

ତେବେ ସାମିଙ୍କ ଏହି ହ୍ୟାଟ୍ରିକ ପରେ 53 ବର୍ଷୀୟ ଚେତନ ଶର୍ମା ଖୁବ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଚେତନ ଶର୍ମା । ଏହି ଭିଡିଓରେ ଚେତନ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ଓ 10ମ ହ୍ୟାଟ୍ରିକ ମଧ୍ୟରେ କଣ ସମାନତା ଅଛି ସେ କଥା କହିଛନ୍ତି । ସୂଚନା ଯୋଗ୍ୟ ଯେ ବିଶ୍ବକପରେ ପ୍ରଥମ ହ୍ୟାଟ୍ରିକ ନେବାର ଗୌରବ ଭାରତୀୟ ବୋଲର ଚେତନ ଶର୍ମାଙ୍କୁ ମିଳିଛି । ସେପଟେ ସାମି ବିଶ୍ବକପର 10ମ ହ୍ୟାଟ୍ରିକ ନେଇ 36 ବର୍ଷ ପୁରୁଣା ରେକର୍ଡ ଦୋହରାଇଛନ୍ତି ।

ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓରେ ଚେତନ ଶର୍ମା କହିଛନ୍ତି, 1987ରେ ତାଙ୍କ ହ୍ୟାଟ୍ରିକ ଓ ସାମିଙ୍କ ହ୍ୟାଟ୍ରିକ ମଧ୍ୟରେ କଣ ସମାନତା ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି ।

ଚେତନ ଶର୍ମା ତିନୋଟି ସମାନତା ଦର୍ଶାଇଛନ୍ତି ଏହି ଭିଡିଓରେ-

1- ଉଭୟ ହ୍ୟାଟ୍ରିକ ପାଇଁ ଲେଗଷ୍ଟମ୍ପକୁ ହିଟ କରିଛୁ
2- ଉଭୟ ଡାହାଣ ହାତି ବୋଲର
3- ଆଉ ସବୁଠାରୁ ମଜା କଥା ହେଲା ଆମେ ଉଭୟ ଦାଢ଼ିବାଲା

ବିଶ୍ବକପ ହ୍ୟାଟ୍ରିକ ତାଲିକା
ଚେତନ ଶର୍ମା(ଭାରତ), 1987
ସାକିଲିନ ମୁସ୍ତାକ(ପାକିସ୍ତାନ), 1999
ଚାମିଣ୍ଡା ଭାସ (ଶ୍ରୀଲଙ୍କା), 2003
ବ୍ରେଟ ଲି(ଅଷ୍ଟ୍ରେଲିଆ), 2003
ଲସିଥ ମାଲିଙ୍ଗା(ଶ୍ରୀଲଙ୍କା), 2007
କେମର ରୋଚ(ୱେଷ୍ଟଇଣ୍ଡିଜ), 2011
ଲସିଥ ମଲିଙ୍ଗା(ଶ୍ରୀଲଙ୍କା), 2011
ଷ୍ଟିଭେନ ଫିନ(ଇଂଲଣ୍ଡ), 2015
ଜେପି ଡୁମିନି(ଦକ୍ଷିଣ ଆଫ୍ରିକା), 2015
ମହମ୍ମଦ ସାମି(ଭାରତ), 2019

ବିଶ୍ବ କପର ଚତୁର୍ଥ ସଂସ୍କରଣରେ ଭାରତର ଶେଷ ଗୃପ ମ୍ୟାଚରେ ଚେତନ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ କରିଥିଲେ । ନାଗପୁରର ବିଦର୍ଭ କ୍ରିକେଟ ଏସୋସିଏସନ ଗ୍ରାଉଣ୍ଡରେ ଫେନ ରଦରଫୋର୍ଡ, ଇୟନ ସ୍ମିଥ, ଓ ଇଭାନ ଚେଟଫିଲ୍ଡ ଚେତଙ୍କ ଶିକାର ହୋଇଥିଲେ । ଚେତନଙ୍କ ହ୍ୟାଟ୍ରିକର ଖାସ କଥା ଥିଲା ସେ ତିନିଜଣଙ୍କୁ କ୍ଲିନ ବୋଲ୍ଡ କରିଥିଲେ ।

ତେବେ ଯଦି ଚଳିତ ବିଶ୍ବକପର ହ୍ୟାଟ୍ରିକ କଥା କହିବା ତେବେ ଆଫଗାନିସ୍ତାନକୁ ବିଜୟ ପାଇଁ ଗୋଟିଏ ଓଭରରେ 16ରନର ଆବଶ୍ୟକତା ଥିଲା । ସାମି ଶେଷ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ ତିନୋଟି କ୍ରମାଗତ ୱିକେଟ ନେଇଥିଲେ । ପ୍ରଥମେ ମୋହମ୍ମଦ ନବୀଙ୍କୁ କ୍ୟାଚ କରାଇଥିଲେ, ବାକି ଦୁଇଟି ୱିକେଟ ବୋଲ୍ଡ କରିଦେଇଥିଲେ ସାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

pppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.