ସୁରତ: ଜାତୀୟ ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ତ୍ରିପୁରାର ପ୍ରଥମ ବିଜୟ । ଓପନର ମଉଚେତୀ ଦେବନାଥ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହ୍ରିଜୁ ସାହାଙ୍କ ଦମଦାର ବ୍ୟାଟିଂ ବଳରେ ଗ୍ରୁପ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ହାଇଦ୍ରାବାଦକୁ ହରାଇଛି ଦଳ ।
ମଉଚେତୀ 7ଟି ଚୌକା ସହାୟତାରେ ଦମଦାର 71 ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଅନ୍ୟପଟେ ହ୍ରିଜୁ ଅପରାଜିତ 83 ରନର ମାରାଥନ ଇଂନିସ ଖେଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ ।
ପ୍ରଥମେ ବ୍ୟାଟିଂ କରି ତ୍ରିପୁରା ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ ବିନିମୟରେ 239 ରନ କରିଥିଲା । ଚଳିତ ଟୁର୍ଣ୍ଣାମେଣ୍ଟର ଦଳର ଏହା ସର୍ବାଧିକ ସ୍କୋର । ଜବାବରେ ହାଇଦ୍ରାବାଦ 9 ୱିକେଟ ହରାଇ 221 ରନ୍ରେ ସୀମିତ ରହିଥିଲା । ଦଳ ପକ୍ଷରୁ ମମତା କନଉଜିଆ 83 ଓ ଅନୁରାଧା ନାୟକ 44 ରନର ଲଢୁଆ ଇଂନିସ ଖେଳିଥିଲେ ମଧ୍ୟ ବିଜୟୀ କରାଇପାରିନଥିଲେ ।
ବିଜୟ ସହ ତ୍ରୀପୁରା ଟିମ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ