ETV Bharat / sports

ସିନିୟରଙ୍କ ଶୁଭେଚ୍ଛା: ଯଶସ୍ବୀ ଭବ ଜୁନିୟର ଭାରତ

19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ପହଞ୍ଚିଛି ଭାରତ । ରବିବାର ବାଂଲାଦେଶ ବିପକ୍ଷରେ 5ଥର ଚମ୍ପିଆନ ଲକ୍ଷ୍ୟରେ ଖେଳିବ ପ୍ରିୟମ ବାହିନୀ। ଭାରତୀୟ ସିନିୟର ଟିମର ଖେଳାଳିମାନେ ଜୁନିୟର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

author img

By

Published : Feb 8, 2020, 9:00 AM IST

India U-19 team for Final victory
ଯଶସ୍ବୀ ଭବ ଜୁନିୟର ଭାରତ

ନୂଆଦିଲ୍ଲୀ: 19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ପହଞ୍ଚିଛି ଭାରତ । ରବିବାର ବାଂଲାଦେଶ ବିପକ୍ଷରେ 5ଥର ଚମ୍ପିଆନ ଲକ୍ଷ୍ୟରେ ଖେଳିବ ପ୍ରିୟମ ବାହିନୀ । ଏନେଇ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଭାରତୀୟ ସିନିୟର ଟିମର ଖେଳାଳିମାନେ ଜୁନିୟର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି । ଭିଡିଓରେ ଭେଟେରାନ ଟେଷ୍ଟ କ୍ରିକେଟର ଚେତେଶ୍ବର ପୂଜାରା, ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ, ଅଲରାଉଣ୍ଡର ବିଜୟ ଶଙ୍କର, ୱିକେଟ କିପର ବ୍ୟଟ୍ସମ୍ୟାନ ରିଦ୍ଧିମାନ ଶାହା, ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

19 ବର୍ଷରୁ କମ ବିଶ୍ବକପରେ ପୂର୍ବରୁ ଭାରତ ସର୍ବାଧିକ 6ଥର ଫାଇନାଲରେ ପ୍ରବେଶ କରିଥିବାବେଳେ, 4ଥର ଚମ୍ପିଆନ ହୋଇଛି । ବର୍ତ୍ତମାନର ସିନିୟର ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲି, ମହମ୍ମଦ କୈଫ, ଉନ୍ମକ୍ତ ଚାନ୍ଦ ଓ ପୃଥ୍ବୀ ଶଙ୍କ ଅଧିନାୟକତ୍ବରେ ଭାରତୀୟ 19 ବର୍ଷରୁ କମ ଦଳ ଚମ୍ପିଆନ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.