ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଓଡିଶାର ହାଟ୍ରିକ ବିଜୟ

ଡ୍ରିମ୍ସ ଗ୍ରାଉଣ୍ଡରେ ଖାଳାଯାଇଥିବା ଗ୍ରୁପ-ଡିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିପକ୍ଷ ଆସାମକୁ 7 ୱିକେଟରେ ପରାସ୍ତ କରିଛି ଟିମ ଓଡିଶା । ତେବେ ଏହି ବିଜୟ ସହ ଟିମ୍ ଓଡିଶା ଟୁର୍ଣ୍ଣାମେଣ୍ଟରେ ହାଟ୍ରିକ ବିଜୟ ହାସଲ କରିଛି ।

author img

By

Published : Feb 27, 2019, 9:20 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଟକ: ସ୍ଥାନୀୟଡ୍ରିମ୍ସ ଗ୍ରାଉଣ୍ଡରେ ଖାଳାଯାଇଥିବା ଗ୍ରୁପ-ଡିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିପକ୍ଷ ଆସାମକୁ 7 ୱିକେଟରେ ପରାସ୍ତ କରିଛି ଟିମ ଓଡିଶା । ତେବେ ଏହି ବିଜୟ ସହ ଟିମ୍ ଓଡିଶା ଟୁର୍ଣ୍ଣାମେଣ୍ଟରେ ହାଟ୍ରିକ ବିଜୟ ହାସଲ କରିଛି । ବିପ୍ଳବ ସାମନ୍ତରାୟଙ୍କ ବ୍ୟକ୍ତିଗତ 49ରନ୍‌ ଓ ଅନୁରାଗ ଷଡ଼ଙ୍ଗୀଙ୍କ ଅପରାଜିତ 43 ରନ ବଳରେ ବିପକ୍ଷ ଆସାମକୁ 7 ୱିକେଟରେ ପରାସ୍ତ କରିଛି ଟିମ ଓଡିଶା ।

ଟସ୍‌ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିବା ଓଡିଶା ବିପକ୍ଷ ଆସାମକୁ ନିର୍ଧାରିତ 20 ଓଭରରେ 149 ରନରେ ହିଁ ସୀମିତ ରଖିଥିଲା ଘରୋଇ ଦଳ । ଓଡିଶା ପକ୍ଷରୁ ଶିବଙ୍କର ରାୟ ସର୍ବାଧିକ 41 ରନ କରିଥିଲେ । ସେହିପରି ଜିତୁମୋନି କଲିତା 31, ରିୟାନ ପରାଗ 13 ରନ କରିଥିଲେ । ଓଡିଶା ପକ୍ଷରୁ ପପୁ ରାୟ 4ଟି ୱେକେଟ ନେଇ ଆସାମର ବ୍ୟାଟିଂ ସ୍ଥିତିକୁ ବିଗାଡି ଦେଇଥିଲେ ।

ଜବାବରେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ 16 ଓଭରରେ ହାସଲ କରିଥିଲା ଟିମ ଓଡିଶା । ବିପ୍ଳବ ସାମନ୍ତରାୟଙ୍କ ବ୍ୟକ୍ତିଗତ 49 ଓ ଅନୁରାଗ ଷଡ଼ଙ୍ଗୀଙ୍କ ଅପରାଜିତ 43 ରନ ବଳରେ ଓଡିଶା ଆସାମକୁ 7 ୱିକେଟ ପରାସ୍ତ କରିଛି । ଏହି ବିଜୟ ସହ ଗ୍ରୁପ-ଡିରେ 5ଟି ମ୍ୟାଚରୁ 3 ମ୍ୟାଚ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି ଟିମ୍ ଓଡିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.