ETV Bharat / sports

ପେଟ ପାଇଁ ଚର୍ଚ୍ଚାରେ ପାକ୍ କ୍ରିକେଟ ଟିମ ଅଧିନାୟକ - caption

ନିଜର ବିଶାଳ ଶରୀର ଓ ପେଟ ପାଇଁ ଟ୍ରୋଲ ହେଉଛନ୍ତି ପାକ୍‌ ଅଧିନାୟକ ସରଫରାଜ ଅହମ୍ମଦ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ପରାସ୍ତ ହେବା ପରେ ସରଫରାଜଙ୍କୁ ଟ୍ରୋଲ କରିଥିଲେ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 3, 2019, 7:16 PM IST

Updated : Jun 3, 2019, 7:23 PM IST

ହାଇଦ୍ରାବାଦ: କ୍ରିକେଟ ଆଉ ଫିଟ୍‌ନେସ୍‌, ପରସ୍ପର ଅନୁପୁରକ । ଆପଣ ଅନଫିଟ୍‌ ରହିଲେ କେବେ କ୍ରିକେଟ ଖେଳି ପାରିବେ ନାହିଁ । ଯଦି ଉପରୋକ୍ତ କଥାଟି ସତ, ତେବେ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତ୍‌ର କହିଥିବା କଥା ଏକଦମ ଠିକ୍‌ । ତେଣୁ ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ କ୍ରିକେଟ ପାଇଁ ଅନଫିଟ୍‌ ।

sarfaraz ahmed
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବି.ଦ୍ର.- ଆମେ ଏଠାରେ କାହା ଉପରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହୁଁ । କେବଳ କ୍ରିକେଟରଙ୍କ ବୟାନକୁ ନେଇ ତର୍ଜମା କରୁଛୁ ।

ବିଶ୍ବକପର 2ୟ ମ୍ୟାଚରେ 1975 ବିଶ୍ବକପ ଚମ୍ପିଆନ ୱେଷ୍ଟଇଣ୍ଡିଜକୁ ଭେଟିଥିଲା ପାକିସ୍ତାନ । ମ୍ୟାଚରେ ଲଜ୍ଜ୍ୟାଜନକ ସ୍କୋର କରିବା ସହିତ ପରାସ୍ତ ମଧ୍ୟ ହୋଇଥିଲା ଭାରତର ଚିର ପ୍ରତିଦ୍ବନ୍ଦୀ ପାକ୍ ଦଳ । 21.4 ଓଭରରେ ମାତ୍ର 105ରନ କରିଥିଲା ଦଳ । ମ୍ୟାଚରେ ସରଫରାଜ 12ଟି ବଲ ଖେଳି ମାତ୍ର 8ରନ କରିପାରିଥିଲେ । ଏହା ଥିଲା ବିଶ୍ବକପରେ ପାକିସ୍ତାନର 2ୟ ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ 1992 ବିଶ୍ବକପରେ 74ରନରେ ଅଲଆଉଟ ହୋଇଯାଇଥିଲା ଦଳ । ତେବେ ଦଳର ଏହି ଶୋଚନୀୟ ପରିସ୍ଥିତି ପରେ ସୋଏବ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପେଟୁଆ ଓ ଅନଫିଟ୍‌ କହିଥିଲେ ।

sarfaraz ahmed
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସୋଏବ ଏକ ଭିଡିଓ ସେୟାର କରି କହିଥିଲେ " ସରଫରାଜ ଟସ ପାଇଁ ଆସିବା ବେଳେ ତାଙ୍କର ଏତେ ବଡ ପେଟ, ଏତେ ମୋଟା ଚେହେରା ଦେଖି ମତେ ଲାଗିଲା ଯେ ସେ ହେଉଛନ୍ତି ବିଶ୍ବର ସବୁଠାରୁ ଅନିଫିଟ ଅଧିନାୟକ । ସେ ୱିକେଟ କିପିଙ୍ଗ କଲାବେଳେ ମଧ୍ୟ ସଂଘର୍ଷ କରୁଥିବା ଦେଖିବାକୁ ମିଳେ । "

sarfaraz ahmed
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆପଣ ଯଦି ଏହି କଥାର ସତ୍ୟସତ୍ୟତା ପରୀକ୍ଷା କରିବାକୁ ଚାହାନ୍ତି । ଆପଣ ସୋସିଆଲ ମିଡିଆକୁ ଯାଇ ପାକିସ୍ତାନ ବିଶ୍ବକପ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ କିଛି ଫଟୋ ଚିତ୍ର ଦେଖି ପାରିବେ । ଆପଣ ସ୍ପଷ୍ଟ ଭାବେ ଦେଖିପାରିବେ କି, ସରଫରାଜଙ୍କ ପେଟ ବାହରିଛି । ତାଙ୍କ ୱିକେଟ ମଧ୍ୟରେ ଦୌଡିବା ଶୈଳୀ ମଧ୍ୟ ତାଙ୍କୁ ଅନଫିଟ୍‌ ଦର୍ଶାଉଛି । ସେହିପରି ୱିକେଟ ପଛରେ ମଧ୍ୟ ସେ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥାଏ ।

ଅନ୍ୟପକ୍ଷେ ପାକିସ୍ତାନର କିଛି ପୂର୍ବ ଦିନିକିଆ ମ୍ୟାଚ ଉପରେ ଯଦି ନଜର ପକାଇବା । ତେବେ ଅଧିନାୟକ ଅହମ୍ମଦ ସେମିତି କିଛି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ବିଶ୍ବକପ ପୂର୍ବରୁ ପାକିସ୍ତାନ-ଇଂଲଣ୍ଡ ଦିନିକିଆ ସିରିଜରେ 4ଟି ମ୍ୟାଚ ଖେଳି 186ରନ କରିଥିଲେ ସର୍ଫରାଜ । ଏହି ଦିନିକିଆ ସିରିଜରେ ବି ଅମାନତ୍‌ ହାରିଥିଲା ଭ୍ରମଣକାରୀ ପାକିସ୍ତାନ ଦଳ । 0-4ରେ ସିରିଜରେ ପରାସ୍ତ ହୋଇଥିଲା । ଏଥି ସହିତ ଅଧିନାୟ ସର୍ଫରାଜ ମଧ୍ୟ ଏକ ବିରଳ ରେକର୍ଡ କରିଥିଲେ । ଏହି ସିରିଜରେ ଦୀର୍ଘ 17 ମାସ ପରେ ଅଧିନାୟକ ସର୍ଫରାଜ ଗୋଟିଏ ଛକା ମାରିଥିଲେ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଇଥିଲା ।

ତେବେ ଆଗାମୀ ଜୁନ-16ରେ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚ ଖେଳାଯିବ । ପାକ୍ ଦଳର ଅଧିନାୟକଙ୍କ ଏପରି ପ୍ରଦର୍ଶନ ଓ ଫିଟନେସ୍‌ ଭାରତୀୟ ଦଳକୁ ଖୁବ ଫାଇଦା ଦେବ ବୋଲି କ୍ରିକେଟ ମହଲରେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfs

Conclusion:
Last Updated : Jun 3, 2019, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.