ETV Bharat / sports

ଧୋନିଙ୍କୁ ନେଇ ଭାବବିହ୍ବଳ କାହାଣୀ କହିଲେ ସଞ୍ଜୁ ସାମସନ

ଧୋନିଙ୍କ ଅଧିନାୟକତ୍ବରେ ମ୍ୟାଚ ଖେଳିବାକୁ ଦିନେ ସ୍ବପ୍ନ ଦେଖିଥିଲେ ସଞ୍ଜୁ ସାମସନ । କିପରି ତାଙ୍କ ସ୍ବପ୍ନ ପୂରଣ ହେଲା କହିଲେ ସଞ୍ଜୁ । ଅଧିକ ପଢ଼ନ୍ତୁ...

author img

By

Published : May 4, 2020, 11:36 PM IST

ହାଇଦ୍ରାବାଦ: ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କୁ ନେଇ ଏକ ଘଟଣା ବିଷୟରେ କହିଛନ୍ତି । ଏହାସହ ଧୋନି ସବୁବେଳେ ପାଇଁ ଜଣେ ମହାନ ଅଧିନାୟକ ବୋଲି କହିଛନ୍ତି ସାମସନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧୋନି ଏମିତି ଜଣେ କ୍ରିକେଟର ଯିଏ ବି ପଡିଆରେ ତାଙ୍କୁ ନକଲ କରିବାକୁ ଚେଷ୍ଟା କରିବ ସେ କେବଳ ଖାଲି ହାତରେ ହିଁ ଫେରିବା ସାର ହେବ ।

‘‘ଜଣେ ଯୁବକ ଝାରଖଣ୍ଡରୁ ଆସି ଭାରତର ମହାନତମ ଅଧିନାୟକ ହୋଇଗଲେ । ମୁଁ ବହୁତ ଭାବବିହ୍ବଳ ହୋଇଯାଏ ଯେତେବେଳେ ବି ଧୋନିଙ୍କ କଥା କୁହେ,’’ ବୋଲି ସାମସନ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଟ୍ବିଟର ଭିଡିଓରେ କହିଛନ୍ତି ।

‘‘ଆପଣ ତାଙ୍କ ଖେଳ ଦେଖି ତାଙ୍କୁ ନକଲ କରିବାକୁ ଯଦି ଚେଷ୍ଟା କରନ୍ତି ତେବେ ଆପଣ ବିଫଳ ହେବେ । ତାଙ୍କ ଭଳି ଆପଣ ଖେଳିପାରିବେ ନାହିଁ,’’ କହିଛନ୍ତି ସାମସନ ।

ଏହା ପରେ ସାମସନ ଧୋନିଙ୍କୁ ନେଇ ଏକ ସ୍ବପ୍ନ ବିଷୟରେ କହିଥିଲେ । ସେ କହିଛନ୍ତି ଯେ ଧୋନିଙ୍କୁ ଏପର୍ଯ୍ୟନ୍ତ ଏହି କାହାଣୀ ବିଷୟରେ ସେ କହି ନାହାଁନ୍ତି କିନ୍ତୁ ଶୀଘ୍ର ଏହା କହିବେ ବୋଲି ଯୋଜନା କରୁଛନ୍ତି ।

“ମୁଁ ପ୍ରକୃତରେ ତାଙ୍କୁ ମୋର ସ୍ବପ୍ନରେ ଦେଖିଥିଲି ଯେଉଁଠାରେ ମାହି ଭାଇ ଦଳର ଅଧିନାୟକ ଥିଲେ ଏବଂ ସେ ପଡ଼ିଆରେ ଫିଲଡିଂ ପରିବର୍ତ୍ତନ କରୁଥିଲେ । ମୁଁ ସ୍ଲିପ୍ସରେ ଛିଡା ହୋଇଥିଲି ଏବଂ ସେ କହିଥିଲେ ‘ସଞ୍ଜୁ ୱାହାଁ ଯା’(ସଞ୍ଜୁ ସେଠାକୁ ଯାଅ)’’ ବୋଲି ସାମସନ କହିଛନ୍ତି।

“ତାର କିଛି ଦିନ ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଲେ ଏବଂ ମୁଁ ଭାବିଲି ମୋର ସ୍ବପ୍ନ ଏବେ କିପରି ସତ ହେବ ?

ତା’ପରେ ଇଣ୍ଡିଆ ‘ଏ’ ଏବଂ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ ହୋଇଥିଲା ଯେଉଁଠାରେ ଧୋନିଙ୍କୁ ଅଧିନାୟକ ହେବାକୁ ସେମାନେ କହିଥିଲେ । ଆଉ ଯେତେବେଳେ ମୁଁ ସ୍ଲିପ୍ସରେ ଠିଆ ହେଲି ମାହି ଭାଇ କହିଲେ ‘ସଞ୍ଜୁ ଉଧର ଯା (ସଞ୍ଜୁ ସେଠାକୁ ଯାଅ) ।’

ସାମସନ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ତାଙ୍କୁ ଏବିଷୟରେ କହିବି ବୋଲି ଭାବିଛି ଏହା ହୁଏତ ତାଙ୍କ ମୁହଁରେ ହସ ଆଣିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.