ETV Bharat / sports

ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜରେ ଧାୱନଙ୍କୁ ରିପ୍ଲେସ କଲେ ସଞ୍ଜୁ ସାମସନ - ଶିଖର ଧାୱନ

ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜରେ ଆହତ ଶିଖର ଧାୱନଙ୍କ ସ୍ଥାନରେ ଖେଳିବେ ଉଦୀୟମାନ ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନ ।

sanju samsan replace wi t20 series
ଫଟୋ ସୌଜନ୍ୟ :ଫାଇଲ ଫଟୋ
author img

By

Published : Nov 28, 2019, 3:18 AM IST

ମୁମ୍ବାଇ : ଭାରତୀୟ ଦଳର ନିୟମିତ ଓପନର ଶିଖର ଧାୱନ ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜରୁ ଆଣ୍ଠୁରେ ଆଘାତ ଯୋଗୁଁ ଓହରିଲେ । ଧାୱନଙ୍କ ସ୍ଥାନରେ କେରଳର ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନ ଖେଳିବେ ।

ଶିଖର ଧାୱନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚ ସୁରଟରେ ମହାରାଷ୍ଟ୍ର ବିପକ୍ଷରେ ଖେଳିବା ବେଳେ ବାମ ଗୋଡ ଆଣ୍ଠୁରେ ଆଘାତ ପାଇଥିଲେ । ଏହାପରେ ବିସିସିଆଇର ମେଡିକାଲ ଟିମ ନଜରରେ ଚିକିତ୍ସା କରାଯାଉଛି । ଏହି ଡାକ୍ତରୀଦଳ ଧାୱନଙ୍କୁ ଆଣ୍ଠୁର ଷ୍ଟିଚକୁ ଖୋଲିବା ପାଇଁ ସମୟ ଲାଗିବ ଓ କିଛି ଦିନର ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ଗତ ନଭେମ୍ବର 21 ତାରିଖ ଦିନ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ଏହି ଦଳରେ ସାମସନଙ୍କୁ ସାମିଲ କରାଯାଇନଥିଲା । ଏହି ସିରିଜରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇନଥିବାରୁ ପ୍ରଶଂସକ ଓ ସମର୍ଥକ ମାନେ ଚୟନ କମିଟିକୁ ସମାଲୋଚନା କରିଥିଲେ । ବାଂଲାଦେଶ ବିପକ୍ଷ ସିରିଜରେ ସାମସନଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ଋଷଭ ପନ୍ଥ ପ୍ରଥମ ପସନ୍ଦ ଥିବାରୁ ସାମସନଙ୍କୁ ସୁଯୋଗ ମିଳିପାରିନଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜ ଡିସେମ୍ବର 6 ରୁ ଆରମ୍ଭ ହେବ ।

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.