ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମହାନ କ୍ରିକେଟର ସଚିନ ତେନ୍ଦୁଲକର ପଏଣ୍ଟିଂ ଏକାଦଶରେ ଖେଳିବେ । ସେହିପରି ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର କର୍ଟନି ୱାଲ୍ସ ୱାର୍ଣ୍ଣେ ଏକାଦଶରେ ଖେଳିବେ ବୋଲି ଜଣାପଡିଛି ।
ଏନେଇ ବିଶ୍ବର କୋଣ ଅନୁକୋଣରୁ ପ୍ରତିକ୍ରିୟା ଓ ପ୍ରାର୍ଥନା ଦେଖବାକୁ ମିଳିଥିଲା । ତେବେ ଫେବୃଆରୀ 8ରୁ ପଏଣ୍ଟିଂ ଏକାଦଶ ଓ ୱାର୍ଣ୍ଣେ ଏକାଦଶ ଟିମ ମଧ୍ୟରେ ମ୍ୟାଚ ଖେଳାଯିବ । ଏକ ଚାରିଟି ପକ୍ଷରୁ ଏହି ମ୍ୟାଚର ଆୟୋଜନ କରାଯାଇଛି । ମ୍ୟାଚରୁ ଆୟ ସମସ୍ତ ଅର୍ଥକୁ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ପଠାଯିବ । ଏହି ମ୍ୟାଚର ନାମ "ବୁଶଫାୟର କ୍ରିକେଟ ବେଶ"ରଖାଯାଇଛି ।