ETV Bharat / sports

ଆଇପିଏଲ 2020: ପାଣ୍ଡ୍ୟା ପାୱାର ଶୋ, ମୁମ୍ବାଇ 195/5

author img

By

Published : Oct 25, 2020, 10:15 PM IST

ଅଲ-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ 21 ବଲରୁ 60 ରନ ବଳରେ ଆବୁଧାବିରେ ଖେଳାଯାଉଥିବା ମୁକାବିଲାରେ ରାଜସ୍ଥାନ ସାମ୍ନାରେ 196 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ।

RR VS MI: Pandya's blistering innings helps MI post 195/5
ଆଇପିଏଲ 2020: ପାଣ୍ଡ୍ୟା ପାୱର ଶୋ, ମୁମ୍ବାଇ 195/5

ଆବୁଧାବି: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଲ-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ରନ ବର୍ଷା । ମାତ୍ର 21 ବଲରୁ ଅବିଶ୍ବସନୀୟ 60 ରନର ଇଂନିସ ଖେଳିଛନ୍ତି ବିସ୍ଫୋରକ ପାଣ୍ଡ୍ୟା । ଫଳରେ ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ସାମ୍ନାରେ 196 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ।

RR VS MI: Pandya's blistering innings helps MI post 195/5
ହାର୍ଦ୍ଦିକ ପାଣ୍ଡ୍ୟା

21 ବଲରୁ 7ଟି ଛକା ଓ 2ଟି ଚୌକା ସହାୟତାରେ ମୁମ୍ବାଇ ପକ୍ଷରୁ ସର୍ବାଧିକ 60ରନର ମାରାଥନ ଇଂନିସ ଖେଳିଛନ୍ତି ପାଣ୍ଡ୍ୟା । ସୂର୍ଯ୍ୟକୁମାର ଯାଦବ ମଧ୍ୟ 26 ବଲରୁ 4 ଚୌକା ଓ ଗୋଟିଏ ଛକା ସହାୟତାରେ ଦ୍ରୁତ 40 ରନର ଇଂନିସ ଖେଳିଛନ୍ତି । ଓପନର ଇଶାନ କିଶନ 37 ଓ ସୌରଭ ତିୱାରୀ 34 ରନର ଉପଯୋଗୀ ଯୋଗଦାନ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କ୍ୟାପଟେନ ଭାର ସମ୍ଭାଳିଥିବା କାରବିୟନ ପାୱରହିଟର କିରଣ ପୋଲାର୍ଡ 6 ଓ କ୍ବିଣ୍ଟନ ଡିକକ ବିଫଳ ହୋଇଛନ୍ତି ।

କିରଣ ପୋଲାର୍ଡ

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ଶ୍ରେୟସ ଗୋପାଳ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କାର୍ତ୍ତିକ ତ୍ୟାଗୀଙ୍କୁ ଗୋଟିଏ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.