ETV Bharat / sports

ଆଇପିଏଲ୍ 2020 ପାଇଁ ଫେଭରାଇଟ ଆରସିବି: ବ୍ରାଡ ହଗ୍ - IPL 2020

ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଶୁକ୍ରବାର ଚଳିତ ବର୍ଷର ଆଇପିଏଲ ଅର୍ଥାତ ଟୁର୍ଣ୍ଣାମେଣ୍ଟର 13 ତମ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଛି ବୋଲି ସ୍ପଷ୍ଟ କରିଛନ୍ତି । ଏଥି ସହିତ ଆସନ୍ତା 19 ସେପ୍ଟେମ୍ବରରୁ 8 ନଭେମ୍ବର ଆଇପିଏଲ ଖେଳସୂଚୀ ସ୍ଥିର କରାଯାଇଥିବା ଚର୍ଚ୍ଚା ହେଉଛି ।

royal-challengers-bangalore-among-favourites-to-win-ipl-2020-brad-hogg
ଆଇପିଏଲ୍ 2020 ପାଇଁ ଫେବରାଇଟ ଆରସିବି: ବ୍ରାଡ ହଗ୍
author img

By

Published : Jul 27, 2020, 6:07 AM IST

ନୂଆଦିଲ୍ଲୀ: ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର 13 ତମ ସଂସ୍କରଣ ଜିତିବା ପାଇଁ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ଫେଭରାଇଟ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ବ୍ରାଡ ହଗ୍ କହିଛନ୍ତି ।

ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଶୁକ୍ରବାର ଚଳିତ ବର୍ଷର ଆଇପିଏଲ ଅର୍ଥାତ ଟୁର୍ଣ୍ଣାମେଣ୍ଟର 13 ତମ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଛି ବୋଲି ସ୍ପଷ୍ଟ କରିଛନ୍ତି । ଏଥି ସହିତ ଆସନ୍ତା 19 ସେପ୍ଟେମ୍ବରରୁ 8 ନଭେମ୍ବର ଆଇପିଏଲ ଖେଳସୂଚୀ ସ୍ଥିର କରାଯାଇଥିବା ଚର୍ଚ୍ଚା ହେଉଛି । କେବଳ ଅପେକ୍ଷା ଭାରତୀୟ କ୍ରିକେଟ ବୋର୍ଡର ବିଧିବଦ୍ଧ ଘୋଷଣାକୁ ।

ଏହି ଖବର ପରେ, ହଗ୍‌ ପ୍ରଶଂସକଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଏବଂ ୟୁଏଇରେ ଟାଇଟଲ୍ ଉଠାଇବା ପାଇଁ ତାଙ୍କର ଦୁଇ ପ୍ରିୟ ଦଳ ନାମ କହିବାକୁ କହିଥିଲେ । ହଗ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିବା ଏକ ଭିଡିଓରେ କହିଛନ୍ତି, "ଫ୍ୟାନ୍ସଙ୍କ ମତରେ ଆଇପିଏଲ୍ 2020 ପାଇଁ ଫେବରାଇଟ ଆରସିବି । କାରଣ ଏହା ଏକମାତ୍ର ସୁଯୋଗ ଦଳ ପାଇଁ । ଦଳରେ ବର୍ତ୍ତମାନ ଆରୋନ୍ ଫିଞ୍ଚଙ୍କୁ ଅନ୍ତର୍ଭୁକ୍ତ କରିବା ଏକ ପ୍ଲସ ପଏଣ୍ଟ ହୋଇଛି । ସେ ପାୱାରପ୍ଲେ ଓଭର ଉପରେ ପ୍ରାଧାନ୍ୟ ବିସ୍ତାର କରି ପାରିବେ । କିଛି ଶୀଘ୍ର ରନ୍ ପାଇପାରିବେ । ସେହିପରି ମଧ୍ୟ କ୍ରମରେ ଏବିଡି ଭିଲିୟର୍ସ ଏବଂ ବିରାଟ କୋହଲି ମଧ୍ୟ ନିଜର ଜଲୱା ଦେଖାଇବେ ।

ସେ ଆହୁରି ମଧ୍ୟ କହିଛନ୍ତି, "ଡେଲ୍ ଷ୍ଟେନ୍ ଏବଂ କେନ୍ ରିଚାର୍ଡସନଙ୍କ ସହ ସେମାନଙ୍କର ବୋଲିଂ ଆକ୍ରମଣ ଦୃଢ ଦେଖାଯାଉଛି । ଗତ ଦୁଇ ବର୍ଷ ତୁଳନାରେ ସେମାନଙ୍କର ଭଲ ଦଳ ସନ୍ତୁଳନ ରହିଛି । ଟୁର୍ଣ୍ଣାମେଣ୍ଟକୁ ଯିବା ପାଇଁ ସେମାନଙ୍କର ଏକ ଉତ୍ତମ ରଣନୀତି ରହିବ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.