ETV Bharat / sports

ବିଶ୍ବକପ: ରୋହିତଙ୍କ ଆଉଟ୍‌ ପରେ 'ଥାର୍ଡ ଅମ୍ପାୟାର' ଉପରେ ପ୍ରଶ୍ନବାଚୀ - world cup

ଭାରତୀୟ ପାଳିର ଷଷ୍ଠ ଓଭରର ଶେଷ ବଲରେ ରୋହିତ ଶର୍ମାଙ୍କୁ ଫିଲ୍ଡ ଅମ୍ପାୟାର ନଟ ଆଉଟ ଦେଇଥିବା ବେଳେ DRS ନେଇଥିଲା ୱେଷ୍ଟଇଣ୍ଡିଜ । ରିଭ୍ୟୁ ନେବାପରେ ଥାର୍ଡ ଅମ୍ପାୟାର ରୋହିତଙ୍କୁ ଆଉଟ ଘୋଷଣା କରିଥିଲେ ।

ଡିଜାଇନ ଫଟୋ
author img

By

Published : Jun 28, 2019, 3:22 PM IST

Updated : Jun 28, 2019, 3:46 PM IST

ମାଞ୍ଚେଷ୍ଟର: ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ଦେଖାଦେଇଛି ନୂଆ ଏକ ବିବାଦ । ବୃହତ ଟେକ୍ନୋଲଜି ସହିତ ଖେଳାଯାଉଥିବା ଚଳିତ ବିଶ୍ବକପରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ୱେଷ୍ଟଇଣ୍ଡିଜ୍ ରିଭ୍ୟୁରେ ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଆଉଟ ଡିସିସନ ଦେଇଛି ଥାର୍ଡ ଅମ୍ପାୟାର । ଯେତେବେଳେ କି ତାହା ସ୍ପଷ୍ଟ ଦେଖାଯାଉଛି ନଟ୍‌ ଆଉଟ ବୋଲି ।

ତେବେ ଭାରତୀୟ ପାଳିର ଷଷ୍ଠ ଓଭରର ଶେଷ ବଲରେ ରୋହିତ ଶର୍ମାଙ୍କୁ ଫିଲ୍ଡ ଅମ୍ପାୟାର ନଟ ଆଉଟ ଦେଇଥିବା ବେଳେ DRS ନେଇଥିଲା ୱେଷ୍ଟଇଣ୍ଡିଜ । ରିଭ୍ୟୁ ନେବାପରେ ଥାର୍ଡ ଅମ୍ପାୟାର ରୋହିତଙ୍କୁ ଆଉଟ ଘୋଷଣା କରିଥିଲେ । ଯାହା ପରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଫ୍ୟାନ୍ସ ଓ ରୋହିତଙ୍କ ପତ୍ନୀ ରୀତିକା ବେଶ ନିରାଶ ଦଖାଯାଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ।

  • ବିଶ୍ବକପ ପରି ବିରାଟ ଟୁର୍ଣ୍ଣାମେଣ୍ଟରେ କଣ ଏଭଳି ଦୁର୍ବଳ ଅମ୍ପେୟାରିଂ ଗ୍ରହଣୀୟ ?
  • ବୃହତ ଟେକ୍‌ନୋଲଜି ଓ ତନ ତନ ପରୀକ୍ଷା ପରେ ଯଦି ଏଭଳି ଡିସିସନ ମିଳେ, ତେବେ କଣ ହେବ ଫାଇନାଲ ଓ ସେମିଫାଇନାଲ ?
  • ଏଠାରେ ଦୋଷ କାହାର, ଉକ୍ତ ଟେକ୍ନଲୋଜିର ନା ସେଠାରେ ବସିଥିବା ବ୍ୟକ୍ତିଙ୍କର ?

ଘଟଣାବଳୀ-

ରୋଚଙ୍କ ଏହି ଓଭରର ଶେଷ ବଲରେ ରୋହିତ ବ୍ୟାଟର ଭିତର ପଟୁ ଗଳି ବଲ ଯାଇ ୱିକେଟ କିପରଙ୍କ ଗ୍ଲୋଭରେ ରହିଥିଲା । କିନ୍ତୁ ମୈଦାନରେ ଥିବା ଅମ୍ପାୟାର ରିଚାର୍ଡ ଇଲିଂଗବର୍ଥ ରୋହିତଙ୍କୁ ନଟଆଉଟ ଦେଇଥିଲେ । ଏହାପରେ ୱେଷ୍ଟଇଣ୍ଡିଜ DRS ନେଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ରୋହିତଙ୍କ ପ୍ୟାଡ ଓ ବ୍ୟାଟର ବହୁ ନିକଟ ଦେଇ ଗତି କରିଥିଲା ବଲ । କିନ୍ତୁ ତାହା ପ୍ୟାଡରେ କିମ୍ବା ବ୍ୟାଟରେ ଲାଗିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଥାର୍ଡ ଅମ୍ପାୟାର ଏହାକୁ ଆଉଟ ବୋଲି ଘୋଷଣା କରିଥିଲେ । ଫଳରେ ରୋହିତ ମାତ୍ର 18 ରନ କରି ପାଭିଲିୟନ ଫେରି ଯାଇଥିଲେ ।

Intro:Body:

blank

Conclusion:
Last Updated : Jun 28, 2019, 3:46 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.