ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଅରୁଣ ଜେଟଲିଙ୍କ ପୁଅ ରୋହନ ଜେଟଲି ହୋଇପାରନ୍ତି ଡିଡିସିଏର ମୁଖ୍ୟ । ଡିଡିସିଏ ସମ୍ପାଦକ ବିନୋଦ ତିହାରାଙ୍କ ମତରେ ଆସୋସିଏସନ ରୋହନଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରେ ।
ଆଇଏନଏସ ସହିତ କଥାବାର୍ତ୍ତା କରି ତିହାରା କହିଛନ୍ତି ଯେ ରୋହାନ ଏହି ପଦ ପାଇଁ ଉପଯୁକ୍ତ ପସନ୍ଦ, କିନ୍ତୁ ଅନ୍ତିମ ନିଷ୍ପତ୍ତି ତାଙ୍କର ହେବ ।
‘‘ଯଦି ଆପଣ ମୋତେ ପଚାରନ୍ତି, ଡିଡିସିଏ ତାଙ୍କ ପରି କାହାକୁ ଆବଶ୍ୟକ କରେ। ମୁଁ ଚାହେଁ ସେ ଦାୟିତ୍ବ ନେଇ ଡିଡିସିଏକୁ ଟ୍ରାକକୁ ଫେରାଇ ଆଣିବେ। ଅରୁଣ ଜୀ ସର୍ବଦା ଦିଲ୍ଲୀ କ୍ରିକେଟ ପ୍ରତି ଆଗ୍ରହ ଦେଖାଉଥିଲେ ଏବଂ ରୋହନଙ୍କ ଅପେକ୍ଷା କିଏ ଏହାକୁ ଅଧିକ ଭଲଭାବେ ଆଗେଇ ନେଇ ପାରିବ,’’ ବୋଲି ତିହାରା କହିଛନ୍ତି ।
ଏନେଇ ସୂଚନା ଥିବା ଜଣେ ଡିଡିସିଏ ଅଧିକାରୀ କହିଛନ୍ତି ଯେ ଏକଜୁଟ ହୋଇ ଏକ ନିଷ୍ପତ୍ତି ନିଆଯିବ। ଅଧିକାରୀ କହିଛନ୍ତି ଯେ ‘‘ତିହାରା, ବନସଲ ଏବଂ ସିକେ ଖନ୍ନା ପରିବାର ସହ ନିକଟତର ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ତିନିଜଣଙ୍କ ସହ ଆଲୋଚନା କରିବେ ବୋଲି ବିଶ୍ବାସ କରାଯାଉଛି।’’
ଅଧ୍ୟକ୍ଷ, କୋଷାଧ୍ୟକ୍ଷ ଏବଂ ଚାରିଜଣ ନିର୍ଦ୍ଦେଶକ ପଦ ପାଇଁ ଡିଡିସିଏରେ ନିର୍ବାଚନ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ କିଛି ସଦସ୍ୟ ରଜତ ଶର୍ମାଙ୍କ ଇସ୍ତଫା ଦେବା ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦରେ ପୂର୍ବତନ ଅଧ୍ୟକ୍ଷ ଅରୁଣ ଜେଟଲୀଙ୍କ ପୁଅ ରୋହନଙ୍କୁ ଦେଖିବାକୁ ଚାହୁଁଛନ୍ତି ।
@IANS