ETV Bharat / sports

ରୋଡ୍‌ ସେଫଟି ୱାର୍ଲ୍ଡ ସିରିଜ: ଭାରତ ସାମ୍ନାରେ 189 ରନ୍‌ର ବିଜୟ ଲକ୍ଷ୍ୟ - ଇଂଲଣ୍ଡ ଲିଜେଣ୍ଡ୍‌ସ ବନାମ ଭାରତ ଲିଜେଣ୍ଡ୍‌ସ

ରୋଡ୍‌ ସେଫଟି ୱାର୍ଲ୍ଡ ସିରିଜ 2021ରେ ମଙ୍ଗଳବାର ଇଂଲଣ୍ଡ ଲିଜେଣ୍ଡ୍‌ସ ଓ ଭାରତ ଲିଜେଣ୍ଡ୍‌ସ ମଧ୍ୟରେ ମୁକାବିଲା । ଅଧିକ ପଢନ୍ତୁ...

Road Safety World Series: England legends set a target of 189 runs to india legends
ରୋଡ୍‌ ସେଫଟି ୱାର୍ଲ୍ଡ ସିରିଜ: ଭାରତ ସାମ୍ନାରେ 189 ରନ୍‌ର ବିଜୟ ଲକ୍ଷ୍ୟ
author img

By

Published : Mar 9, 2021, 10:06 PM IST

ରାୟପୁର: ରୋଡ ସେଫଟି ୱାର୍ଲ୍ଡ ସିରିଜ 2021ରେ ମଙ୍ଗଳବାର ଇଂଲଣ୍ଡ ଲିଜେଣ୍ଡ୍‌ସ ଓ ଭାରତ ଲିଜେଣ୍ଡ୍‌ସ ମଧ୍ୟରେ ମୁକାବିଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 188 ରନ କରିଛି । ଦଳ ପକ୍ଷରୁ ପୁଣି କ୍ୟାପଟେନ କେଭିନ ପିଟରସନ 37 ବଲ୍‌ରୁ 6 ଚୌକା, 5 ଛକା ବଳରେ 75 ରନର ଧୁଆଁଧାର ଇଂନିସ ଖେଳିଛନ୍ତି ।

‌ମ୍ୟାଚର ଦ୍ବିତୀୟ ଓଭରରେ ପ୍ରଜ୍ଞାନ ଓଝାଙ୍କ ଓଭରରୁ ଦୁଇଟି ଛକା ସହ ମୋଟ 22 ରନ ସଂଗ୍ରହ କରିଥିଲେ । ଏହାପରେ ଯୁବରାଜ ସିଂହଙ୍କୁ ମଧ୍ୟ ପ୍ରଥମ ଦୁଇଟି ବଲରେ ଦୁଇଟି ଛକାରେ ସ୍ବାଗତ କରିଥିଲେ ପିଟରସନ । ଏଥିସହ 18 ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ ।

ଭାରତ ପକ୍ଷରୁ ୟୁସୁଫ ପଠାନ 3ଟି ୱିକେଟ, ଇରଫାନ ପଠାନ ଓ ମୁନାଫ ପଟେଲ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.