ପୋଟଚେଷ୍ଟ୍ରମ: 19ବର୍ଷରୁ କମ ବିଶ୍ବକପରେ ଭାରତର ଅଭିଯାନ ଶେଷ ହୋଇଛି। ଫାଇନାଲରେ ପ୍ରଥମେ ବ୍ୟାଟିଂରେ କମ ସ୍କୋର, ପରେ ବୋଲିଂରେ ଅତ୍ୟଧିକ ଅତିରିକ୍ତ ରନ ବ୍ୟୟ ଭାରତର ବିଜୟ, ପରାଜୟରେ ବଦଳିଯାଇଛି। ତେବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଓପନର ଯଶସ୍ବୀ ଜୟଶ୍ବାଲ । ଯଶସ୍ବୀ ସଦ୍ୟସମାପ୍ତ 2020, 19 ବର୍ଷରୁ କମ ବିଶ୍ବକପରେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି ।
ଏନେଇ ଯଶସ୍ବୀ କହିଛନ୍ତି ଦକ୍ଷିଣ ଆଫ୍ରିକା ପିଚରେ ବ୍ୟାଟିଂକୁ ସେ ଖୁବ ଉପଭୋଗ କରିଛନ୍ତି । ଆଗକୁ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେବେ । ଏଠାରୁ ଶିଖିଥିବା ଅନେକ କୌଶଳକୁ ସେ ତାଙ୍କ ବ୍ୟାଟିଂରେ ଲଗାଇବେ କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଖେଳିବାର ଅଭିଜ୍ଞତା ତାଙ୍କୁ ଭବିଷ୍ୟତରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଫାଇନାଲ ମୁକାବିଲାରେ ଭାରତର ଗୋଟିଏ ପର ଗୋଟିଏ ୱିକେଟ ପତ୍ତନ ସମୟରେ ଏକାକି ଲଢିଥିଲେ ଯଶସ୍ବୀ । 88 ରନ ଦମଦାର ଇଂନିସ ଖେଳି ମାତ୍ର 12 ରନ ପାଇଁ ଫାଇନାଲରେ ଶତକ ହାସଲରୁ ବଞ୍ଚିତ ହୋଇଥିଲେ । ପୁରା ଟୁର୍ଣ୍ଣାମେଣ୍ଟରେ ଯଶସ୍ବୀଙ୍କ ନାମରେ 400 ରନ ରହିଛି । ଏଥିମଧ୍ୟରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ ମୁକାବିଲାରେ ଜବରଦସ୍ତ ଶତକୀୟ ଇଂନିସ ସାମିଲ ରହିଛି ।