ETV Bharat / sports

ଆଇପିଏଲ 2020: ବାଙ୍ଗାଲୋରର 5ମ ବିଜୟ, 82ରନ୍‌ରେ ହାରିଲା କୋଲକାତା

author img

By

Published : Oct 13, 2020, 8:35 AM IST

ଚଳିତ ଲିଗ୍‌ର 28ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଶାଳ ବିଜୟ । କୋଲକାତା ନାଇଟ ରାଇଡର୍ସକୁ 82ରନ୍‌ରେ ମାତ୍‌ ଦେଇ 5ମ ବିଜୟ ହାସଲ କରିଛି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ବିଜୟ ପରେ ପଏଣ୍ଟ ଟେବୁଲରେ 10 ପଏଣ୍ଟ ସହ 3ୟ ସ୍ଥାନରେ ରହିଛି ଆରସିବି ।

ଆଇପିଏଲ 2020: ବାଙ୍ଗାଲୋରର 5ମ ବିଜୟ, 82ରନ୍‌ରେ ହାରିଲା କୋଲକାତା
ଆଇପିଏଲ 2020: ବାଙ୍ଗାଲୋରର 5ମ ବିଜୟ, 82ରନ୍‌ରେ ହାରିଲା କୋଲକାତା

ଶାରଜାହ: ଚଳିତ ଲିଗ୍‌ର 28ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଶାଳ ବିଜୟ । କୋଲକାତା ନାଇଟ ରାଇଡର୍ସକୁ 82ରନ୍‌ରେ ମାତ୍‌ ଦେଇ 5ମ ବିଜୟ ହାସଲ କରିଛି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ବିଜୟ ପରେ ପଏଣ୍ଟ ଟେବୁଲରେ 10 ପଏଣ୍ଟ ସହ 3ୟସ୍ଥାନରେ ରହିଛି ଆରସିବି ।

ତେବେ ଏହି ମ୍ୟାଚରେ 73*ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିବା ଏବି ଡି ଭିଲିୟର୍ସଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ମିଳିଛି ।

That's that from Sharjah. #RCB win by 82 runs.#Dream11IPL #RCBvKKR pic.twitter.com/wQV7xlQ9Yi

— IndianPremierLeague (@IPL) October 12, 2020

ସୋମବାର ଶାରଜାହ ଷ୍ଟାଡିୟମରେ 28ତମ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରସିବି ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ ହରାଇ 194 ରନ ସଂଗ୍ରହ କରିଥିଲା । ବାଙ୍ଗାଲୋର ପକ୍ଷରୁ ଏବି ଡି ଭିଲିୟର୍ସଙ୍କ ଠାରୁ ପ୍ରତୀକ୍ଷିତ ଦର୍ଶନୀୟ ଇଂନିସ ଦେଖିବାକୁ ମିଳିଛି । ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା ଏବି, 33 ବଲରୁ 5 ଚୌକା ଓ 6 ଛକା ସହାୟତାରେ 73 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଓପନର ଆରୋନ ଫିଞ୍ଚ 37 ବଲରୁ 47 ଓ ଦେବଦତ୍ତ ପାଦିକଲ 32 ରନର ଇଂନିସ ଖେଳିଥିଲେ । କ୍ୟାପଟେନ ବିରାଟ କୋହଲି 28 ବଲରୁ 33 ରନର ଅପରାଜିତ ଇଂନିସ ଖେଳିଛନ୍ତି ।

ନାଇଟ ରାଇଡର୍ସ ପକ୍ଷରୁ ସର୍ବାଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ଅଲରାଉଣ୍ଡର ଆଣ୍ଡ୍ରେ ରସେଲ । 4 ଓଭରରେ 51 ରନ ବ୍ୟୟ କରିବା ସହ ଗୋଟିଏ ଅକ୍ତିଆର କରିଥିଲେ । ପ୍ରସିଦ୍ଧ କ୍ରୀଷ୍ଣା ମଧ୍ୟ ଗୋଟିଏ ୱିକେଟ ହାସଲ କିରଛନ୍ତି ।

ତେବେ 195ରନର ବିଜୟଲକ୍ଷ୍ୟ ନେଇ ଦିନେଶ କାର୍ତ୍ତିକଙ୍କ ଟିମ ଗ୍ରାଉଣ୍ଡକୁ ଓହ୍ଲାଇଥିଲା କିନ୍ତୁ ବାଙ୍ଗାଲୋର ବୋଲରଙ୍କ ସମ୍ମୁଖରେ କେକେଆରର କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ନିର୍ଦ୍ଧାରିତ ଓଭରରେ ଦଳ 9ଓ୍ବିକେଟ ହରାଇ ମାତ୍ର 112ରନ୍‌ ହିଁ କରି ପାରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲ କେବଳ 34ରନ୍‌ କରିଥିଲେ । ଟମ ବାଣ୍ଟନ 8, ନୀତିଶ ରାଣା 9, ମୋର୍ଗାନ 8, ଦିନେଶ କାର୍ତ୍ତିକ 1, ଆନ୍ଦ୍ରେ ରସେଲ 16, ରାହୁଲ ତ୍ରିପାଠୀ 16, ପାଟ କମିନ୍ସ 1, କମଲେଶ ନାଗରକୋଟି 4, ବରୁଣ ଚକ୍ରବର୍ତ୍ତୀ 7*, ପ୍ରସିଦ୍ଧ କ୍ରୀଷ୍ଣା 2*ରନ୍‌ ସଂଗ୍ରହ କରିଥିଲେ ।

ବିପକ୍ଷ ଦଳ ପକ୍ଷରୁ କ୍ରିସ ମୋରିସ ଓ ୱାଶିଂଟନ ସୁନ୍ଦର 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଓ ଇସୁରୁ ଉଦାନା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.