ETV Bharat / sports

ବଲ୍‌ରେ ଲାଳ ଲଗାଇଲେ କୋହଲି, ଏହାପରେ ଦେଖନ୍ତୁ କ'ଣ ରହିଥିଲା ତାଙ୍କ ପ୍ରତିକ୍ରିୟା

author img

By

Published : Oct 6, 2020, 1:01 PM IST

ଆରସିବିର ଅଧିନାୟକ ବିରାଟ କୋହଲି ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିବା ଆଇସିସିର କୋଭିଡ-19 ପ୍ରୋଟୋକଲର ଉଲ୍ଲଂଘନ କରିଛନ୍ତି । ସେ ଫିଲ୍ଡିଂଙ୍ଗ ସମୟରେ ଭୁଲରେ ବଲ୍‌ରେ ଲାଳ ଲଗେଇଥିଲେ ।

ବଲ୍‌ରେ ଲାଳ ଲଗାଇଲେ କୋହଲି , ଏହାପରେ ଦେଖନ୍ତୁ କ'ଣ ରହିଥିଲା ତାଙ୍କ ପ୍ରତିକ୍ରିୟା

ଦୁବାଇ: ଆରସିବିର ଅଧିନାୟକ ବିରାଟ କୋହଲି ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିବା ଆଇସିସିର କୋଭିଡ-19 ପ୍ରୋଟୋକଲର ଉଲ୍ଲଂଘନ କରିଛନ୍ତି । ସେ ଫିଲ୍ଡିଂଙ୍ଗ ସମୟରେ ଭୁଲରେ ବଲ୍‌ରେ ଲାଳ ଲଗେଇଥିଲେ ।

What times! @imVkohli applies saliva on the cricket ball and immediately apologizes.

Covid, you happy? pic.twitter.com/4oAJtpFt9P

— Ketan | کیتن (@Badka_Bokrait) October 5, 2020

ସୂଚନାଥାଉକି, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷରେ କୋହଲି ଫିଲ୍ଡି କରିଥିବାବେଳେ ଦ୍ରୁତଗତିରେ ଆସୁଥିବା ବଲ୍‌କୁ ରୋକିଥିଲେ । ଏହାପରେ ବଲ୍‌ରେ ଲାଳ ବ୍ୟବହାର କରିଥିଲେ । କିନ୍ତୁ ସଙ୍ଗେ ନିଜର ତ୍ରୁଟି ଜାଣିପାରି ଭୁଲ କରିଥିବା ସ୍ବୀକାର କରିଥିଲେ । ତେବେ ଏହି ଘଟଣାକ୍ରମ 3 ଓଭରରେ ଘଟିଥିଲା । ଯେତେବେଳେ ଷ୍ଟ୍ରାଇକରେ ପୃଥ୍ବୀ ଶ' ଥିଲେ ଓ ତାଙ୍କୁ ବୋଲିଂ ନବଦୀପ ସାଇନି କରୁଥିଲେ ।

କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଜୁନ ମାସରେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର ଉପରେ ନିଷେଧାଦେଶ ଲଗାଇଛି ଆଇସିସି । ଗୋଟିଏ ଦଳ ପ୍ରତି ଇନିଂସରେ ଦୁଇଟି ଚେତାବନୀ ଜାରି କରାଯାଇପାରେ । କିନ୍ତୁ ବଲରେ ଲାଳର ବାରମ୍ବାର ବ୍ୟବହାର ବ୍ୟାଟିଂ ଦଳକୁ 5 ରନ୍ ପେନାଲ୍ଟି କରାଯିବ । ଯେତେବେଳେ ବି ବଲ୍‌ରେ ଲାଳ ପ୍ରୟୋଗ କରାଯାଏ, ଖେଳ ଆରମ୍ଭ ହେବା ପୂର୍ବରୁ ଅମ୍ପାୟାରମାନଙ୍କୁ ବଲ୍ ସଫା କରିବାକୁ ନିର୍ଦ୍ଦେଶ ଦିଆଯିବ ।

ଦୁବାଇ: ଆରସିବିର ଅଧିନାୟକ ବିରାଟ କୋହଲି ଦିଲ୍ଲୀ ବିପକ୍ଷରେ ମ୍ୟାଚ ଖେଳିବା ଆଇସିସିର କୋଭିଡ-19 ପ୍ରୋଟୋକଲର ଉଲ୍ଲଂଘନ କରିଛନ୍ତି । ସେ ଫିଲ୍ଡିଂଙ୍ଗ ସମୟରେ ଭୁଲରେ ବଲ୍‌ରେ ଲାଳ ଲଗେଇଥିଲେ ।

ସୂଚନାଥାଉକି, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷରେ କୋହଲି ଫିଲ୍ଡି କରିଥିବାବେଳେ ଦ୍ରୁତଗତିରେ ଆସୁଥିବା ବଲ୍‌କୁ ରୋକିଥିଲେ । ଏହାପରେ ବଲ୍‌ରେ ଲାଳ ବ୍ୟବହାର କରିଥିଲେ । କିନ୍ତୁ ସଙ୍ଗେ ନିଜର ତ୍ରୁଟି ଜାଣିପାରି ଭୁଲ କରିଥିବା ସ୍ବୀକାର କରିଥିଲେ । ତେବେ ଏହି ଘଟଣାକ୍ରମ 3 ଓଭରରେ ଘଟିଥିଲା । ଯେତେବେଳେ ଷ୍ଟ୍ରାଇକରେ ପୃଥ୍ବୀ ଶ' ଥିଲେ ଓ ତାଙ୍କୁ ବୋଲିଂ ନବଦୀପ ସାଇନି କରୁଥିଲେ ।

କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଜୁନ ମାସରେ ବଲକୁ ଚମକାଇବା ପାଇଁ ଲାଳର ବ୍ୟବହାର ଉପରେ ନିଷେଧାଦେଶ ଲଗାଇଛି ଆଇସିସି । ଗୋଟିଏ ଦଳ ପ୍ରତି ଇନିଂସରେ ଦୁଇଟି ଚେତାବନୀ ଜାରି କରାଯାଇପାରେ । କିନ୍ତୁ ବଲରେ ଲାଳର ବାରମ୍ବାର ବ୍ୟବହାର ବ୍ୟାଟିଂ ଦଳକୁ 5 ରନ୍ ପେନାଲ୍ଟି କରାଯିବ । ଯେତେବେଳେ ବି ବଲ୍‌ରେ ଲାଳ ପ୍ରୟୋଗ କରାଯାଏ, ଖେଳ ଆରମ୍ଭ ହେବା ପୂର୍ବରୁ ଅମ୍ପାୟାରମାନଙ୍କୁ ବଲ୍ ସଫା କରିବାକୁ ନିର୍ଦ୍ଦେଶ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.