ETV Bharat / sports

ସନ ଡେ' ଡବଲ ଧମାକା: ପ୍ରଥମ ମ୍ୟାଚରେ ପ୍ଲେ-ଅଫ ଟିକେଟ ପାଇଁ ଚେନ୍ନାଇ ସହ ଲଢିବ ପଞ୍ଜାବ

author img

By

Published : Nov 1, 2020, 2:21 PM IST

Updated : Nov 1, 2020, 7:19 PM IST

ଆଜିର ଡବଲହେଡର 1ମ ମ୍ୟାଚରେ ଚେନ୍ନାଇକୁ ଭେଟିବ ପଞ୍ଜାବ । ଧୋନି ବାହିନୀ ଚାହିଁବେ ବିଜୟ ଲାଭ କରି ସମ୍ମାନ ସହ ଲିଗ୍‌ରୁ ବିଦାୟ ନେବାକୁ । ଅନ୍ୟପଟେ ପ୍ଲେଅଫ୍‌ରେ ଏଣ୍ଟ୍ରି ମାରିବାକୁ ପଞ୍ଜାବ କରିବ ଫାଇଟ ।

ଆଇପିଏଲ ସମର
ଆଇପିଏଲ ସମର

ଆବୁଧାବି: ଦର୍ଶକ ଦେଖିବେ ସନଡେ ଡବଲ ଧମାକା । ଆଜିର ଡବଲହେଡର 1ମ ମ୍ୟାଚରେ ଚେନ୍ନାଇକୁ ଭେଟିବ ପଞ୍ଜାବ । ଚେନ୍ନାଇ ପ୍ଲେଅଫ୍‌ରୁ ବାଦ୍‌ ପଡି ସାରିଛି । ଏପଟେ ପଞ୍ଜାବକୁ ପ୍ଲେଅଫ୍‌ରେ ଏଣ୍ଟ୍ରି ମାରିବାକୁ ହେଲେ ଆଜିର ମ୍ୟାଚରେ ଭଲ ରନ୍‌ରେଟ ସହ ଜିତିବାକୁ ପଡିବ । କିନ୍ତୁ ଗତ 2ଟି ମ୍ୟାଚରେ ଚେନ୍ନାଇ ଆରସିବି ଓ କେକେଆରକୁ ମାତ୍‌ ଦେଇ ସାରିଛି । ଫଳରେ ଆଜି ପଞ୍ଜାବକୁ ବେଶ୍‌ ସତର୍କ ରହିବାକୁ ପଡିବ ।

ଆଇପିଏଲ ସମର

ଏବେ ପଞ୍ଜାବ 12ଅଙ୍କ ସହ 4ର୍ଥ ସ୍ଥାନରେ ରହିଛି । ପଞ୍ଜାବର ବ୍ୟାଟିଂ ବିଭାଗକୁ ଦେଖିଲେ ଗେଲ୍‌ ଭଲ ଫର୍ମରେ ରହିଛନ୍ତି । ରାଜସ୍ଥାନ ବିପକ୍ଷରେ 99ରନ୍‌ର ପାଳି ଖେଳିଥିଲେ । ସେହିପରି ଅଧିନାୟକ ରାହୁଲ ବି ଭଲ ପ୍ରଦର୍ଶନ କରୁଛନ୍ତି । ନିକୋଲସ ପୁରନ ବଡ ସଟ୍‌ ଖେଳିବାରେ ସକ୍ଷମ । ବୋଲିଂ ବିଭାଗରେ ମହମ୍ମଦ ସାମି , ଅର୍ଶଦୀପ ସିଂ ଓ କ୍ରିସ ଜୋର୍ଡନଙ୍କୁ ଚେନ୍ନାଇ ବିପକ୍ଷରେ ଆହୁରି ଭଲ ଖେଳିବାକୁ ପଡିବ । ରବି ଓ ମୁରଗନ ଯୋଡି ବି ଚେନ୍ନାଇର ବ୍ୟାଟିଂ ଲାଇନ ବିଗାଡିବାରେ ବେଶ୍‌ ସକ୍ଷମ ।

ଅନ୍ୟପଟେ 3ଥର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ ଲିଗ୍‌ର ଅନ୍ତିମ ମ୍ୟାଚ ଆଜି ଖେଳିବେ । ଧୋନି ବାହିନୀ ଚାହିଁବେ ବିଜୟ ଲାଭ କରି ସମ୍ମାନ ସହ ଲିଗ୍‌ରୁ ବିଦୟ ନେବାକୁ ।

ସିଏସକେ ଟିମର ଋତୁରାଜ ଗତ 2ଟି ମ୍ୟାଚରେ ସାନଦାର ବ୍ୟାଟିଂ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଆଜି ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଫାଫ ଡୁପ୍ଲିସିସ୍‌ ଗତ ମ୍ୟାଚରେ ଖେଳି ନଥିଲେ । ଓ୍ବାଟସନଙ୍କ ପ୍ରଦର୍ଶନ ସ୍ଥାୟୀ ରହି ନାହିଁ । ତେବେ ଦେଖିବାକୁ ରହିବ ଅଧିନାୟକ ଏମଏସ ଧୋନି ଆଜି କେଉଁ ଏକଦାଶ ଖେଳାଳିଙ୍କ ସହ ଶେହ ଜାୟଦ ଷ୍ଟାଡିୟମକୁ ଓହ୍ଲାଉଛନ୍ତି । ବୋଲିଂ ବିଭାଗରେ ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ସାମ କରଣ ଆଜିର ମ୍ୟାଚରେ ଗ୍ରାଉଣ୍ଡକୁ ପକ୍କା ଓହ୍ଲାଇବେ । ଏହି 3 ଖେଳାଳିଙ୍କ ବ୍ୟତୀତ ଦେଖିବାକୁ ବାକି ରହିଲା କେଉଁ କେଉଁ ଖେଳାଳି ଆଜି ଚେନ୍ନାଇ ଜର୍ସିରେ ପଞ୍ଜାବ ବିପକ୍ଷରେ ଖେଳିବେ ।

Last Updated : Nov 1, 2020, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.