ETV Bharat / sports

ସିଡନୀ ଗ୍ରାଉଣ୍ଡରେ 6000 ରନ ମାଇଲ ଖୁଣ୍ଟ ଛୁଇଁଲେ ପୂଜାରା - cheteshwar pujara record

ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଟେଷ୍ଟ ମ୍ୟାଚରେ ପୂରଣ କଲେ 6000ରନ୍‌ । ଏହି ରେକର୍ଡ ହାସଲ କରି 11ତମ ବ୍ୟାଟ୍ସମ୍ୟାନରେ ସ୍ଥାନ ପାଇଛନ୍ତି ପୂଜାରା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ସିଡନୀ ଗ୍ରାଉଣ୍ଡରେ 6000 ରନ ମାଇଲ ଖୁଣ୍ଟ ଛୁଇଁଲେ ପୂଜାରା

author img

By

Published : Jan 11, 2021, 12:12 PM IST

ସିଡନୀ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ଟେଷ୍ଟ ମ୍ୟାଚରେ ପୂରଣ କଲେ 6000ରନ୍‌ । ଏହି ରେକର୍ଡ ହାସଲ କରିଥିବା ପୂଜାରା ହେଉଛନ୍ତି ଭାରତର 11ତମ ବ୍ୟାଟ୍ସମ୍ୟାନ । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ 3ୟ ଟେଷ୍ଟ ମ୍ୟାଚର 5ମଦିନରେ 1ରନ୍‌ ହାସଲ କରିବା ମାତ୍ରେ ହିଁ 6000 ରନ୍‌ କ୍ଲବରେ ସାମିଲ ହେଇଛନ୍ତି ଭାରତର ଏହି ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ।

6000ରନ୍‌ର ମାଇଲଖୁଣ୍ଟ ଛୁଇଁବାକୁ ପୂଜାରଙ୍କୁ 80ଟେଷ୍ଟ ଓ 134 ଇଂନିସ ଖେଳିବାକୁ ପଡିଛି । ସେ ନିଜର ଟେଷ୍ଟ କ୍ୟାରିଅରରେ 18ଟି ଶତକ ଓ 27ଟି ଅର୍ଦ୍ଧଶତକ ପାଳି ଖେଳିଛନ୍ତି । ତାଙ୍କର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର 206* ରହିଛି ।

  • Cheteshwar Pujara has become the 11th Indian batsman to reach 6000 runs in Test cricket!

    What a fine player he has been 🔥

    He is also closing in on a fifty in the #AUSvIND Test. pic.twitter.com/MMApa5sIs9

    — ICC (@ICC) January 11, 2021 " class="align-text-top noRightClick twitterSection" data=" ">

ପୂଜାରାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର(15921), ରାହୁଲ ଦ୍ରାବିଡ(13265), ସୁନୀଲ ଗାଭାସ୍କର (10122), ଭିଭିଏସ ଲକ୍ଷ୍ମଣ(8781), ସେହ୍ବାଗ(8503), ସୌରଭ ଗାଙ୍ଗୁଲି(7212), ଦିଲ୍ଲୀପ ଦିଲୀପ ଭେଙ୍ଗସରକାର(6868), ମହମ୍ମଦ ଅଜହରୁଦ୍ଦିନ(6215), ଗୁଣ୍ଡପା ବିଶ୍ବନାଥ(6080) ଟେଷ୍ଟ ମ୍ୟାଚରେ 6ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

ଅନ୍ୟପଟେ 32ବର୍ଷୀୟ ପୂଜାରା ଦ୍ରୁତ 6000ରନ୍‌ ସଂଗ୍ରହ କରିଥିବା ଭାରତର 6ଷ୍ଠ ଖେଳାଳି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.