ETV Bharat / sports

KXIP vs KKR: ବିଜୟୀ ଦଳ ପ୍ଲେ-ଅଫ ରେସରେ ରହିବ - KXIP

ଆଜି(ଶୁକ୍ରାବାର) ଆଇପିଏଲର ମ୍ୟାଚ ନମ୍ବର-52, ସୁବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ କେକେଆର ଓ ପଞ୍ଜାବ । ଆଉ ପରିସ୍ଥିତି ହେବ କର ବା ମର ପରି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ@ipl
author img

By

Published : May 3, 2019, 3:33 PM IST

ମୋହାଲି: ମ୍ୟାଚ୍‌ ବିଜୟୀ ହେଲେ ପ୍ଲେ-ଅଫ ରେସରେ ରହିବ । ପରାସ୍ତ ହେଲେ ରେସରୁ ବାଦ୍‌ ପଡିବ । ତେବେ ଆଜି(ଶୁକ୍ରାବାର) ଆଇପିଏଲର ମ୍ୟାଚ ନମ୍ବର-52, ସୁବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ କେକେଆର ଓ ପଞ୍ଜାବ । ମ୍ୟାଚ କର ବା ମର ପରିସ୍ଥିତିରେ ।

ଗତକାଲି ସୁପର ଓଭରରେ ହାଇଦ୍ରାବାର ପରାଜୟ ପରେ ଓ ରାଜସ୍ଥାନ-ଆରସିବି ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ପ୍ଲେ-ଅଫ ରେସର 4ର୍ଥ ସ୍ପଟ ପାଇଁ କସରତ ବଢିଯାଇଛି । କାରଣ ଯଦି ଆପଣ ପଏଣ୍ଟ ଟେବୁଲ ଉପରେ ନଜର ପକାଇବେ, 12,11,10,10 ପଏଣ୍ଟ ସହ 4ଟି ଦଳ ଯଥାକ୍ରମେ SRH, RR,KKR ଓ KXIP ଦଳ 4ର୍ଥ, 5ମ, 6ଷ୍ଠ ଓ 7ମ ସ୍ଥାନରେ ରହିଛନ୍ତି । ତେବେ 4ଦଳ ପାଖରେ ଆଉ ଗୋଟିଏ ଗୋଟିଏ ମ୍ୟାଚ ବାକିଥିଲା ବେଳେ ପଞ୍ଜାବ-କୋଲକାତା ଆଜି ପରସ୍ପରଙ୍କୁ ଭେଟୁଛନ୍ତି । ତେଣୁ ଆଜି ଯେଉଁ ଦଳ ବିଜୟ ହେବ, ପ୍ଲେ-ଅଫ ରେସରେ ସେ ଗୋଟ ପାଦ ଆଗରେ ରହିବ । ସେହିପରି ପରାଜୟ ଦଳର ପ୍ଲେ-ଅଫ ଖେଳିବାର ଆଶା ମୌଳିଯିବ ।

ତେବେ ଅପେକ୍ଷା ସଂଧ୍ୟା 8ଟା ମ୍ୟାଚକୁ, ମୋହାଲି ଗ୍ରାଉଣ୍ଡରେ ଘରୋଇ ଦଳ ପଞ୍ଜାବକୁ କେକେଆର ମାତ ଦେଇ ପ୍ଲେ-ଅଫରେ ବନି ରହୁଛି ନା ପଞ୍ଜାବ ଇଡେନ୍ସ ପରାଜୟର ପ୍ରତିଶୋଧ ନେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ghdfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.