ETV Bharat / sports

ବିଜୟୀ ଟିମ ଇଣ୍ଡିଆକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିନନ୍ଦନ

ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

president ram nath kovind congratulate to Team India for historic series win over Australia
ବିଜୟୀ ଟିମ ଇଣ୍ଡିଆକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିନନ୍ଦନ
author img

By

Published : Jan 19, 2021, 5:34 PM IST

Updated : Jan 19, 2021, 6:18 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବ୍ରିସବେନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର 4ର୍ଥ ତଥା ଶେଷ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଭାରତ ।

  • A historic cricketing triumph scripted in Australia!

    Congratulations to India's talented young cricket team for winning the hard-fought test series. The team showed exceptional skills and resilience. The nation is proud of their achievement.

    — President of India (@rashtrapatibhvn) January 19, 2021 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ କ୍ରିକେଟ ଟିମର ଏହି ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିବା ସହ ଟ୍ବିଟରେ ଲେଖିଛନ୍ତି, " ଅଷ୍ଟ୍ରେଲିଆରେ ଏକ ଐତିହାସିକ ବିଜୟ । ଅସାଧାରଣ କୌଶଳ, ଧୈର୍ଯ୍ୟ ଓ ଦକ୍ଷତାର ନିଦର୍ଶନ ଦେଖାଇଛନ୍ତି ଭାରତୀୟ ଯୁବ ପ୍ରତିଭାବାନ ଟିମ । ସଂଘର୍ଷପୂର୍ଣ୍ଣ ଟେଷ୍ଟ ସିରିଜ ବିଜୟ ପାଇଁ ଶୁଭେଚ୍ଛା । ଏହି ସଫଳତା ପାଇଁ ସମଗ୍ର ଦେଶ ଗର୍ବିତ ।"

ବ୍ରିସବେନ ଟେଷ୍ଟ ବିଜୟ ପାଇଁ ଭାରତ ସାମ୍ନାରେ 328 ରନର ବିଜୟ ଲକ୍ଷ୍ୟ ରହିଥିଲା । ଆରମ୍ଭରୁ ଏହା ଅବିଶ୍ବସନୀୟ ଲାଗୁଥିଲା । ମାତ୍ର 4ର୍ଥ ଦିନର ଅସମାପ୍ତ ସ୍କୋର 4ରୁ ଶେଷ ଦିନରେ ଖେଳ ଆରମ୍ଭ କରି ସହଜ ଓ ସଫଳତାର ସହ ବିଜୟ ହାସଲ କରିଥିଲା ଭାରତୀୟ ଟିମ ।

ଓପନର ଶୁଭମନ ଗିଲ 91 ଓ ଚେତେଶ୍ବର ପୂଜାରା ଲଢୁଆ 56 ରନର ଇଂନିସ ଖେଳିଥିଲେ । ପରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ 89 ରନର ମାରାଥନ ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ ଭାରତକୁ ବିଜୟୀ କରାଇାଥିଲେ । ଫଳରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ 2-1ରେ ସିରିଜ ହାତେଇଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2021, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.