ETV Bharat / sports

ଧୋନୀଙ୍କୁ ଦେଖିବାକୁ ଲାଗିଲା ଭିଡ଼, ଲାଠି ଚାର୍ଜ କଲା ପୋଲିସ - ଧୋନୀଙ୍କ ପାଇଁ ଭିଡ଼

ଧୋନୀଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଲାଗିଲା ଭିଡ଼। ଧୋନୀଙ୍କ ଫ୍ୟାନମାନଙ୍କ ଭିଡ଼ ନିୟନ୍ତ୍ରଣ ନହେବାରୁ ପୋଲିସକୁ କରିବାକୁ ପଡ଼ିଛି ହାଲୁକା ଲାଠି ଚାର୍ଜ। ଅଧିକ ପଢ଼ନ୍ତୁ...

ଧୋନୀଙ୍କୁ ଦେଖିବାକୁ ଲାଗିଲା ଭିଡ଼, ପୋଲିସର ଲାଠି ଚାର୍ଜ

author img

By

Published : Mar 3, 2021, 6:58 PM IST

ଜୟପୁର: ଧୋନୀଙ୍କୁ ଦେଖିବାକୁ ପ୍ରଶଂସକଙ୍କ ଲାଗିଲା ଭିଡ଼। ଧୋନୀଙ୍କ ଫ୍ୟାନମାନଙ୍କ ଭିଡ଼ ନିୟନ୍ତ୍ରଣ ନହେବାରୁ ପୋଲିସକୁ କରିବାକୁ ପଡ଼ିଛି ହାଲୁକା ଲାଠି ଚାର୍ଜ। ରାଜସ୍ଥାନର ଜାଲୌର ଜିଲ୍ଲାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଧୋନୀ ଏକ ସ୍କୁଲ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଧୋନୀଙ୍କୁ ଦେଖିବାକୁ ଲାଗିଲା ଭିଡ଼, ପୋଲିସର ଲାଠି ଚାର୍ଜ

ଆଜି(ବୁଧବାର) ରାଜସ୍ଥାନର ଜାଲୌର ଜିଲ୍ଲା ଗସ୍ତ କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ଏହି ଅବସରରେ ସେ ଏକ ବିଦ୍ୟାଳୟ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପହଞ୍ଚିଥିଲେ। ତେବେ ଧୋନୀଙ୍କ ପହଞ୍ଚିବା ଖବର ଶୁଣି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଫ୍ୟାନ ଏକଜୁଟ ହୋଇଥିଲେ। ଭିଡ଼ ଏତେ ପରିମାଣରେ ଥିଲା ଯେ, ଧିରେ ଧିରେ ଫ୍ୟାନମାନେ ଟେଣ୍ଟ ଭାଙ୍ଗି ଆଗକୁ ବଢ଼ିବାକୁ ଲାଗିଥିଲେ।

ଏହାକୁ ଦେଖି ପୋଲିସ ହାଲୁକା ଲାଠି ଚାଳନା ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା। ଏହାପରେ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଲୋକାର୍ପଣ ଉତ୍ସବ ଆରମ୍ଭ ହେବାକୁ ସେଠାରୁ ଚାଲି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଜଙ୍ଗଲ ପରିବେଶ ମନ୍ତ୍ରୀ ସୁଖରାମ ବିଶ୍ଣୋଇ ଓ ସାଂସଦ ଦେବଜୀ ପଟେଲ ମଧ୍ୟ ସାମିଲ ହୋଇଥିଲେ। ଧୋନୀଙ୍କ ଯିବାପରେ ଯେଣତେଣ ପ୍ରକାରେଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.