ETV Bharat / sports

ନବନିଯୁକ୍ତ କ୍ୟାପଟେନ ପନ୍ତଙ୍କ ଉପରେ କୋଚ୍‌ ପଣ୍ଟିଂଙ୍କ ଭରସା

author img

By

Published : Mar 30, 2021, 10:38 PM IST

କ୍ୟାପଟେନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଆଇପିଏଲର ଆଗାମୀ ସଂସ୍କରଣରେ ନେତୃତ୍ବ ଭାର ମିଳିଛି । ଅଧିକ ପଢନ୍ତୁ...

Performances against Aus, Eng will help Pant as DC captain: Ponting
ନବନିଯୁକ୍ତ କ୍ୟାପଟେନ ପନ୍ତଙ୍କ ଉପରେ କୋଚ୍‌ ପଣ୍ଟିଂଙ୍କ ଭରଷା

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ନବ ନିଯୁକ୍ତ କ୍ୟାପଟେନ ଋଷଭ ପନ୍ତଙ୍କ ଉପରେ ମୁଖ୍ୟ କୋଚ ରିକି ପଣ୍ଟିଂଙ୍କ ଭରସା । କ୍ୟାପଟେନ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ପନ୍ତଙ୍କୁ ଆଇପିଏଲର ଆଗାମୀ ସଂସ୍କରଣରେ ନେତୃତ୍ବ ଭାର ମିଳିଛି ।

ତେବେ ଟିମର ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିବା ସହ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ତଥା ବ୍ୟାଟିଂ କିମ୍ବଦନ୍ତୀ ପଣ୍ଟିଂ, ପନ୍ତଙ୍କ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି । ପଣ୍ଟିଂ କହିଛନ୍ତି, "ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ସିରଜରେ ଭାରତର ବିଜୟୀ ହିରୋ ରହିଥିଲେ ପନ୍ତ । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ପନ୍ତଙ୍କୁ ସକରାତ୍ମକ ନେତୃତ୍ବ ନେବାରେ ସହାୟକ ହେବ ।" ଯୁବ ବ୍ୟାଟ୍ସମ୍ୟାନ ପନ୍ତଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଅଧିକ ଦାୟିତ୍ବ ପନ୍ତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ । କୋଚିଂ ଗ୍ରୁପ ତାଙ୍କ ସହ କମ କରିବାକୁ ଉତ୍ସାହିତ ବୋଲି କହିଛନ୍ତି ପଣ୍ଟିଂ ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ସିଡନୀ ଟେଷ୍ଟର ଶେଷ ଦିନରେ, ପନ୍ତଙ୍କ 97ରନର ଇଂନିସ ବଳରେ ମ୍ୟାଚ ଡ୍ର ରଖିଥିଲା ଭାରତ । ଏଥିସହ 4ର୍ଥ ତଥା ଗାବା ଟେଷ୍ଟରେ 89 ରନର ମ୍ୟାଚ ବିଜୟୀ ଇଂନିସ ଖେଳି ଭାରତକୁ ଐତିହାସିକ ସିରିଜ ବିଜୟୀ କରାଇଥିଲେ ।

ଅନ୍ୟପଟେ ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟରେ ମଧ୍ୟ ଅହମ୍ମଦାବାଦରେ 101 ରନର ଦମଦାର ଇଂନିସ ଖେଳି ପନ୍ତ ଭାରତ ସପକ୍ଷରେ ମ୍ୟାଚର ମୋଡ ବଦଳାଇ ଦେଇଥିଲେ ।

ଆହତ ଶ୍ରେୟସ ଆୟର ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସକୁ ମଝବୁତ ନେତୃତ୍ବ ପନ୍ତ ଦେଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.