କରାଚୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ଫଳରେ କେନ୍ଦ୍ରୀୟ ଚୁକ୍ତିରୁ ସାମିଲ ନଥିବା କ୍ରିକେଟର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଫଳରେ ଘରୋଇ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ସହାୟତା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଆଗେଇ ଆସିଛି । ବୋର୍ଡ ପକ୍ଷରୁ କ୍ରିକେଟର, କୋଚ, ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି ।
ବୋର୍ଡର ନୀୟମ ମୁତାବକ ଯୋଗ୍ୟ ଖେଳାଳିଙ୍କୁ 25,000 ପାକିସ୍ତାନ ଟଙ୍କା, ମ୍ୟାଚ ଅଧିକାରୀଙ୍କୁ 15,000 ଓ ଗ୍ରାଉଣ୍ଡ ଷ୍ଟାଫଙ୍କୁ 10,000ଟଙ୍କା ପ୍ରଦାନ କରାଯିବ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ କୋରୋନା ମୁକାବିଲା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ପିସିବି ଫକ୍ଷରୁ ପ୍ରାୟ 10 ମିଲିୟନ ଦାନ କରିଛି ।