ETV Bharat / sports

ଏହି ଖଳାଳିଙ୍କୁ ଆରସିବିରେ ଚାହୁଁଥିଲେ ପାର୍ଥିବ ପଟେଲ

author img

By

Published : May 21, 2020, 10:12 PM IST

ବୁମରାଙ୍କ ପୂର୍ବ ପ୍ରଦର୍ଶନ ଦେଖି ତାଙ୍କୁ ଆରସିବିକୁ ଆଣିବା ପାଇଁ ଚାହୁଁଥିଲେ ପାର୍ଥିବ ପଟେଲ । ନିଲାମି ସମୟରେ ତାଙ୍କୁ କିଣିବା ପାଇଁ କୋହଲିଙ୍କୁ କହିଥିଲେ ବୋଲି କହିଛନ୍ତି ପଟେଲ । ଅଧିକ ପଢ଼ନ୍ତୁ...

Parthiv Patel, the player parthiv wanted at RCB, jaspreet Bumra, Virat kohli, RCB, MI, କେଉଁ ଖଳାଳିଙ୍କୁ ଆରସିବିରେ ଚାହୁଁଥିଲେ ପାର୍ଥିବ ପଟେଲ, ଜସପ୍ରୀତ ବୁମରା
କେଉଁ ଖଳାଳିଙ୍କୁ ଆରସିବିରେ ଚାହୁଁଥିଲେ ପାର୍ଥିବ ପଟେଲ

ନୂଆଦିଲ୍ଲୀ: କ୍ରିକେଟର ତିନୋଟି ଫର୍ମାଟରେ ଭାରତୀୟ ପେସର ଜସପ୍ରୀତ ବୁମରାଙ୍କୁ ବର୍ତ୍ତମାନର ଶ୍ରେଷ୍ଠ ବୋଲର ଭାବରେ ପରିଗଣିତ କରାଯାଉଛି । ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଡାହାଣହାତୀ ବୋଲର ନିଜ ପ୍ରଦର୍ଶନ ବଳରେ ନିଜ ପାଇଁ ଏହି ପରିଚୟ ସୃଷ୍ଟି କରିଛନ୍ତି । ସେ 2013 ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ଆଇପିଏଲର 77ଟି ମ୍ୟାଚରେ ସେ 7.55 ଇକୋନୋମି ସହ 82 ୱିକେଟ ନେଇଛନ୍ତି । ତେବେ ବୁମରା ବି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥାନ୍ତେ ବୋଲି କହିଛନ୍ତି ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ।

ଏକ ସାକ୍ଷାତକାରରେ ପାର୍ଥିବ କହିଛନ୍ତି ଯେ, ସେ ନିଲାମ ସମୟରେ ବୁମରାଙ୍କୁ କିଣିବା ପାଇଁ କୋହଲିଙ୍କୁ କହିଥିଲେ । ବୁମରାଙ୍କୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ ପାର୍ଥିବ ।

ବୁମରାଙ୍କୁ ନେଇ ନିଜ ପ୍ରତିକ୍ରିୟାରେ ବାମହାତୀ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ, “ବିଦର୍ଭ ବିପକ୍ଷରେ ତାଙ୍କର ଡେବ୍ୟୁ ମ୍ୟାଚ ମୋର ମନେ ଅଛି । ମୁଁ ଜନ ରାଇଟଙ୍କ ସହ କଥା ହୋଇଛି, ମୁଁ ରାହୁଲ ସାଙ୍ଗଭିଙ୍କ ସହ ମଧ୍ୟ କଥା ହୋଇସାରିଥିଲି, ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବାଛିବା ପୂର୍ବରୁ ମୁଁ ବିରାଟଙ୍କ ସହ ମଧ୍ୟ କଥା ହୋଇଥିଲି । ମୁଁ ଆରସିବିରେ ଥିଲି ଏବଂ ମୁଁ ବିରାଟଙ୍କୁ କହିଥିଲି ଯେ ସେ ହେଉଛନ୍ତି ସେହି ବ୍ୟକ୍ତି, ଆମେ ତାଙ୍କୁ ଆମ ଟିମରେ ନେବା ଉଚିତ ।

“କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆରସିବିକୁ ପରାସ୍ତ କରିଥିଲା ଓ ବୁମରା ଏମଆଇକୁ ଯାଇଥିଲେ। ମୁଁ ଜନ ରାଇଟଙ୍କ ସହ କଥା ହୋଇଥିଲି ଓ କହିଥିଲି ଯେ ଏହି ଖେଳାଳି ଭିତରେ କିଛି ଖାସ ରହିଛି,’’ ବୋଲି କହିଛନ୍ତି ପାର୍ଥିବ ।

ବୁମରା ବର୍ତ୍ତମାନ ଆଇସିସିର ଦିନିକିଆ ବୋଲିଂ ରାଙ୍କିଙ୍ଗରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ 7ମ ସ୍ଥାନରେ ଅଛନ୍ତି ସେ । 14ଟି ଟେଷ୍ଟ ଖେଳି 20.3 ଆଭରେଜରେ ବୁମରା 68 ୱିକେଟ ନେଇଥିବା ବେଳେ 64ଟି ଦିନିକିଆରେ 24.4 ଆଭରେଜ ସହ 104 ୱିକେଟ ନେଇଛନ୍ତି । ବୁମରା ଭାରତୀୟ କ୍ରିକେଟ ଦଳ ପାଇଁ 50 ଟି -20 ମଧ୍ୟ ଖେଳିଛନ୍ତି ଯେଉଁଥିରେ ସେ 26.6 ଆଭରେଜରେ 59ଟି ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.