ETV Bharat / sports

ପନ୍ତଙ୍କ ମାଡରେ ମୁମ୍ବାଇ ଧରାଶାୟୀ

author img

By

Published : Mar 25, 2019, 8:47 AM IST

Updated : Mar 25, 2019, 10:33 AM IST

ଘରୋଇ ଷ୍ଟାଡିୟମରେ ଦର୍ଶକଙ୍କ ବିପୁଳ ସମର୍ଥନ ମଧ୍ୟ ମୁମ୍ବାଇକୁ ବଞ୍ଚାଇ ପାରିନାହିଁ । ତାରକା ଖଚିତ ତଥା ତିନି ଥର ଟାଇଟଲ ବିଜେତା ମୁମ୍ବାଇ 2013ରୁ ଏପର୍ଯ୍ୟନ୍ତ ନିଜର ସମସ୍ତ ଓପନିଂ ମ୍ୟାଚରେ ପରାସ୍ତ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ମୁମ୍ବାଇ: ପରମ୍ପରା ବଜାୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲରେ ନିଜ ପ୍ରଥମ ମ୍ୟାଚରେ ପରାଜୟ ଧାରା ଜାରି ରହିଛି । ଆଉ ନାମ ପରିବର୍ତ୍ତନ ପରେ ଦିଲ୍ଲୀ ପାଇଁ ବଦଳିଛି ଏହି ଧାରା । ରବିବାର ଆଇପିଏଲର ଦ୍ବାଦଶ ସଂସ୍କରଣର 3ୟ ମ୍ୟାଚରେ ମୁମ୍ବାଇକୁ 37 ରନରେ ପରାସ୍ତ କରିଛି ଦିଲ୍ଲୀ । ଭାରତୀୟ ଦଳର ଷ୍ଟାର ତଥା ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟ କିପର ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦଳ ବିଜୟ ସହ ଏଥର ଆଇପିଏଲ ଅଭିଯାନ ଆରମ୍ଭ କରିଛି ।

ଘରୋଇ ଷ୍ଟାଡିୟମରେ ଦର୍ଶକଙ୍କ ବିପୁଳ ସମର୍ଥନ ମଧ୍ୟ ମୁମ୍ବାଇକୁ ବଞ୍ଚାଇ ପାରିନାହିଁ । ତାରକା ଖଚିତ ତଥା ତିନି ଥର ବିଜେତା ମୁମ୍ବାଇ 2013ରୁ ଏପର୍ଯ୍ୟନ୍ତ ନିଜର ସମସ୍ତ ଓପନିଂ ମ୍ୟାଚରେ ପରାସ୍ତ ହୋଇଛି । ତେବେ ଦିଲ୍ଲୀ ମଧ୍ୟ ସମାନ ବର୍ଷରୁ ଏହି ଧାରା ବଜାୟ ରଖିଥିବା ବେଳେ ଏଥର ନାମ ପରିବର୍ତ୍ତନ ପରେ ଏଥିରେ ବଦଳିଛି । ଗତ ସମସ୍ତ ସିଜିନରେ ଦିଲ୍ଲୀ ଡେୟାର ଡେଭିଲସ ଥିବାବେଳେ ଏଥର ଦଳ ଦିଲ୍ଲୀ କ୍ୟାପିଟାଲ୍ସ ନାମରେ ଖେଳୁଛି । ଆଉ ଏହାସହ ଏଥର ସିଜିନର ପ୍ରଥମ ଦିନ ବୋଲରଙ୍କ ଥିବାବେଳେ 2ୟ ଦିବସ ବ୍ୟାଟ୍ସମ୍ୟାନଙ୍କ ପାଇଁ ଥିଲା ।

ୱାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଦିଲ୍ଲୀ ପାଇଁ ଓପନିଂ ଆରମ୍ଭ ଏତେ ଭଲ ନଥିଲା । ପୃଥ୍ବୀ ଶ (୭) ଓ ଅଧିନାୟକ ଶ୍ରେୟସ ଆୟର(୧୬, 10 ବଲ, 2 ଚୌକା, 1 ଛକା) ଜଲଦି ଆଉଟ ହୋଇଯାଇଥିଲେ । ତେବେ ଶିଖର ଧୱନ(୪୩, 36 ବଲ, 4 ଚୌକା, 1 ଛକା) ଏବଂ ଦକ୍ଷିଣ ଆଫ୍ରିକାର କଲିନ ଇନଗ୍ରାମ (47, 32 ବଲ, 7 ଚୌକା, 1 ଛକା) ପାଳି ସମ୍ଭାଳିଥିଲେ । 3ୟ ୱିକେଟ୍‌ ପାଇଁ ଏମାନେ 83 ରନ ଯୋଡିଥିଲେ ।

ତେବେ ଏହାପରେ ଆରମ୍ଭ ହୋଇଥିଲା ପନ୍ତ ଶୋ । ଏକାକି ପୁରା ଦିଲ୍ଲୀ ପାଳିକୁ ସମ୍ଭାଳିବା ସହ ମୁମ୍ବାଇ ବୋଲରଙ୍କୁ ନିର୍ଦ୍ଧୁମ ଧୋଇଥିଲେ ପନ୍ତ । ମାତ୍ର 27ଟି ବଲରୁ 7ଟି ଚୌକା ଓ 7ଟି ଛକା ସହ 78 ରନ କରି ଅପରାଜିତ ଥିଲେ ପନ୍ତ । ଇଂନିସରେ ତାଙ୍କ ଷ୍ଟ୍ରାଇକ ରେଟ୍‌ ଥିଲା ୨୮୮.୮9 । ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଶେଷ ୬ ଓଭରରୁ ଦିଲ୍ଲୀ ୯୯ ରନ ସଂଗ୍ରହ କରିଥିଲା । ଏହାସହ ଆଇପିଏଲ ୧୨ର ପ୍ରଥମ ଦଳ ଭାବେ ଦିଲ୍ଲୀ ଦଳଗତ ଦ୍ବିଶତକ ହାସଲ କରିନେଇଥିଲା । ମୁମ୍ବାଇ ପକ୍ଷରୁ ମିଚେଲ 3ଟି ୱିକେଟ୍‌ ପାଇଥିଲେ ମଧ୍ୟ 40 ରନ ବ୍ୟୟ କରିଥିଲେ ।

ଜବାବରେ ମୁମ୍ବାଇ ପକ୍ଷରୁ କେବଳ ଯୁବରାଜ ସିଂହ ଓ କୃଣାଳପାଣ୍ଡ୍ୟା ଲଢିଥିଲେ । ଆଉ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ଯୁବରାଜ ଏକ ବିସ୍ଫୋରକ ପାଳି ଖେଳିବା ସହ ୫୩ ରନ (୩୫ ବଲ, ୫ ଚୌକା, ୩ ଛକା)ରେ ଆଉଟ ହୋଇଥିଲେ । କୃଣାଳ15ଟି ବଲରୁ 5 ଚୌକା ଓ 1 ଛକା ସହିତ 32 ରନ କରିଥିଲେ। ଏମାନଙ୍କ ଛଡା ଆଉ କୌଣସି ବ୍ୟାଟ୍ସମ୍ୟାନ ବଡ ପାଳି ଖେଳିପାରିନଥିଲେ । ଫଳରେ ମୁମ୍ବାଇ ୧୯.୨ ଓଭରରେ ୯ ୱିକେଟ୍ ହରାଇ ୧୭୬ ରନ କରିଥିଲା । ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ ହୋଇ ବ୍ୟାଟିଂ ପାଇଁ ଆସିନଥିଲେ ।

ଦିଲ୍ଲୀ ପକ୍ଷରୁ ଇଶାନ୍ତ ଓ କାଗିସୋ ରାବଡା 2ଟି ଲେଖାଁଏ ୱିକେଟ୍‌ ନେଇଥିଲେ । ନିଜ ଚତ୍ମକାର ପ୍ରଦର୍ଶନ ପାଇଁ ପନ୍ତ ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଥିଲେ ।

କଟକ : ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ପୋଲିସ ବାବୁ ଙ୍କ କାରନାମା ।  ବାଦାମବାଡ଼ି ଛକରେ ପୋଲିସ ବାବୁ ଙ୍କ ସୁପର ଦବଙ୍ଗଗିରି କୁ ନେଇ ଉଠିଲା ପ୍ରଶ୍ନ । କହିଁକି ଏକ ଟଲିଅଟୋ ଡ୍ରାଇଭର କୁ ବେଧଡକ ମାଡ଼ ମାରିଲେ ଏହି ପୋଲିସ ବାବୁ । କଣ ଥିଲା ସେହି ଚାଳକ ର ଭୁଲ ଯାହାକୁ ନେଇ ଏତେ ଉତକ୍ଷିପ୍ତ ହୋଇଗଲେ ଖାକି ବାବୁ । 

ସୂଚନା ମୁତବାକ , କିଛି ଦିନ ପୂର୍ବରୁ ବାଦାମବାଡ଼ି ଛକ ନିକଟ ଏକ ଦୋକାନ ସାମ୍ନା ରେ  ଗାଡି ପାର୍କିଂ କରି ଦୋକାନ କୁ କିଛି କାମ ରେ ଯାଇଥିଲେ ଡ୍ରାଇଭର ଜଣକ । କିନ୍ତୁ କାମ  ସାରି ଆସିଲା ବେଳକୁ ବାଟ ଜଗି ବସିଥିଲେ ଥାନା ବାବୁ । ଆଉ ନିର୍ଧୁମ କସି ଦେଇ ଗଲେ । ଯାହାକୁ ନେଇ ଉଠିଛି ସ୍ୱର ।

ଆଉ ଏହି କଥା କୁ ଗୁରୁତ୍ୱ ସହ ନେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି । କଣ ପାଇଁ ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହାର ସମ୍ପୂର୍ଣ ତଦନ୍ତ ଚାଲିଛି । ଓ ଠୋସ ପ୍ରମାଣ ମିଳିଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର । 

ବାଇଟ: ସତ୍ୟଜିତ ମହାନ୍ତି ( ପୋଲିସ କମିଶନର )

Visual on what's app and byte on mojo 
Last Updated : Mar 25, 2019, 10:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.