ନଟିଂହାମ: ବିଶ୍ୱକପ ପୂର୍ବରୁ ପାକିସ୍ତାନ ଦଳକୁ ବଡ ଝଟକା ଲାଗିଛି । ଏଠାରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ପାକିସ୍ତାନର ଓପନର ଇମାମ୍-ଉଲ-ହକ ଆହାତ ହୋଇଛନ୍ତି । ତାଙ୍କ କହୁଣିରେ ଆଘାତ ଲାଗିବା ଫଳରେ ସେ ଖୁବ ଯନ୍ତ୍ରଣା ଅନୁଭବ କରିଥଲେ । ପରେ ମ୍ୟାଚରେ ସେ ଆଉ ବ୍ୟାଟିଂ କରି ପାରିନଥିଲେ ।
ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଏଭଳି ଘଟଣା ଘଟିଥିଲା । ପାକିସ୍ତାନ ଇନିଂସର ଚତୁର୍ଥ ଓଭରରେ ଇମାମ୍-ଉଲ୍-ହକଙ୍କୁ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ବୁଡ୍ ଦ୍ରୁତ ଗତିରେ ଏକ ବାଉଂସର ପକେଇଥିଲେ । ଏହି ବଲକୁ ଇମାମ୍ ପୁଲ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ । ବୁଡଙ୍କ ଏହି ବଲ ଇମାମ୍-ଉଲ୍-ହକଙ୍କ କହୁଣିରେ ବାଜିଥିଲା । ବଲ ବାଜିବା ପରେ ସେ ତାଙ୍କର ବ୍ୟାଟ୍ ଫୋପାଡି ତଳେ ପଡିଯାଇଥିଲେ । ତାଙ୍କୁ ଅଧିକ ଜୋର୍ରେ ଆଘାତ ଲାଗିଥିବାରୁ ସେ ବ୍ୟାଟ୍ ମଧ୍ୟ ଉଠାଇ ପାରି ନଥିଲେ । ଦମ୍ଦାର ଫର୍ମରେ ଥିବା ଇମାମ୍ ଆହାତ ହେବା ଫଳରେ ପୂରା ପାକିସ୍ତାନ ଦଳ ଚିନ୍ତାରେ ପଡିଯାଇଛି ।
ତେବେ ଜସନ ରୟଙ୍କ ଦମଦାର ଶତକୀୟ ପାଳି ଓ ଅଲରାଉଣ୍ଡର ବେନ ଷ୍ଟୋକ୍ଙ୍କ ଧୁଆଁଧାର 71ରନ ବଳରେ 4ର୍ଥ ଦିନିକିଆକୁ 3 ୱିକେଟରେ ଜିତି ନେଇଛି ଘରୋଇ ଇଂଲଣ୍ଡ । ଏହି ବିଜୟ ସହ ପାକିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜକୁ 3-0ରେ ସିଲ କରିଛି ଇଂଲିସ ଦଳ । ତେବେ ପ୍ରଥମ ମ୍ୟାଚ ବର୍ଷ।ରେ ଧୋଇ ଯାଇଥିବା ବେଳେ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ବିଜୟ ଅପେକ୍ଷାରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ