ETV Bharat / sports

ଟିମରେ ମିଳିଲାନି ସ୍ଥାନ, ସର୍ଫରାଜଙ୍କ ଘର ଆଗରେ ବିକ୍ଷୋଭ କଲେ ଫ୍ୟାନ୍ସ

author img

By

Published : Oct 21, 2019, 8:38 PM IST

Updated : Oct 21, 2019, 9:35 PM IST

ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଘୋଷଣା ହୋଇଛି । ଏହି ଟିମରେ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ସ୍ଥାନ ମିଳି ନାହିଁ । ଏହାପରେ ସର୍ଫରାଜଙ୍କ ଫ୍ୟାନ୍ସ ପସିବିର ନିଷ୍ପତ୍ତିକୁ ନେଇ ବେଶ ନିରାଶ ହୋଇଛନ୍ତି ।

ସର୍ଫରାଜ

କରାଚି: ବୋଝ ଉପରେ ନଳିତା ବିଡା । ହାତରୁ ଗଲା ଅଧିନାୟକ ପଦ ଏବେ ଟିମ୍‌ରେ ବି ନାହିଁ ସ୍ଥାନ । ଏନେଇ ସର୍ଫରାଜଙ୍କ ଫ୍ୟାନ୍ସମାନେ ବେଶ୍‌ ଖପ୍ପା ।

ସୋମବାର ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ ଘୋଷଣା ହୋଇଛି । ଅଷ୍ଟ୍ରେଲିଆରେ ପାକିସ୍ତାନ ଟିମ ଟେଷ୍ଟ ଓ ଟି-20 ସିରିଜ ଖେଳିବ । ଏହି ଟିମ୍‌ରେ ସର୍ଫରାଜ ଅହମ୍ମଦଙ୍କୁ ସ୍ଥାନ ମିଳିନାହିଁ ।

ଫଳରେ ତାଙ୍କର ଫାନ୍ସମାନେ ସର୍ଫରାଜଙ୍କ ଘର ବାହାରେ ପ୍ରଦର୍ଶନ କରିଛନ୍ତି । ସର୍ଫରାଜଙ୍କୁ ନ୍ୟାୟ ମିଳୁ ବୋଲି କହିଛନ୍ତି । ତାଙ୍କର ଫ୍ୟାନ୍ସ ମାନେ ପିସିବିର ନିଷ୍ପତ୍ତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ସର୍ଫରାଜଙ୍କ ସ୍ଥାନରେ ଟେଷ୍ଟ ଓ ଟି-20 ମ୍ୟାଚରେ ଓ୍ବିକେଟକିପର ଭାବେ ମହମ୍ମଦ ରିଜଓ୍ବାନଙ୍କୁ ଟିମରେ ସାମିଲ କରାଯାଇଛି ।

ଖବର ଅନୁଯାୟୀ, ପାକିସ୍ତାନର ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ ନଭେମ୍ବର 3ରୁ ଆରମ୍ଭ ହେବ ।

ସୂଚନାଥାଉକି, ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ବିଶ୍ବକପରେ ନୈରାଶଜନକ ପ୍ରଦର୍ଶନ ପରେ ଘରୋଇ ସିରିଜ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ପରାଜୟ ହୋଇଥିଲେ । ଏହାପରେ ତାଙ୍କୁ ପାକ୍‌ ଟେଷ୍ଟ ଟିମ୍‌ ଓ ଟି-20 ଟିମ୍‌ର ଅଧିନାୟକ ପଦରୁ ହଟେଇଛି ପିସିବି ।

Intro:Body:

BLANK

Conclusion:
Last Updated : Oct 21, 2019, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.