ETV Bharat / sports

ବିଶ୍ବକପ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, ବ୍ଲାକକ୍ୟାପକୁ ପ୍ରାରମ୍ଭିକ ଝଟକା

author img

By

Published : Jun 26, 2019, 5:27 PM IST

Updated : Jun 26, 2019, 11:46 PM IST

ସେମିଫାଇନାଲରେ ସ୍ଥାନ ପାଇଁ ଚାଲିଛି ପାକିସ୍ତାନ-ନ୍ୟୁଜିଲାଣ୍ଡ ଲଢ଼େଇ । ବିଶ୍ବକପରେ ଆଜି ପାକିସ୍ତାନ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କିୱିଙ୍କୁ ଜୋରଦାର ଝଟକା ଲାଗିଛି। ଆରମ୍ଭରୁ ଖସିଛି 3ଟି ୱିକେଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @cricketworldcup

ବର୍ମିଙ୍ଘମ: ବିଶ୍ବକପର 33ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ । ବର୍ମିଙ୍ଘମର ଆଜବେଷ୍ଟନ ମଇଦାନରେ ଆରମ୍ଭ ହୋଇଛି ମ୍ୟାଚ । ଏହି ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । 6ଟି ମ୍ୟାଚ ଖେଳି ପାକିସ୍ତାନ ପାଖରେ ରହିଛି ମାତ୍ର 6 ପଏଣ୍ଟ । ସେମିଫାଇନାଲରେ ପହଁଞ୍ଚିବା ପାଇଁ ବାକି ଥିବା ତିନୋଟି ମ୍ୟାଚ ପାକସ୍ତାନକୁ ଜିତିବାକୁ ହେବ । ସେପଟେ ନ୍ୟୁଜିଲାଣ୍ଡ 6ଟି ମ୍ୟାଚରୁ 5ଟି ଜିତି ସାରିଛି ତେଣୁ ସେମିଫାଇନାଲରେ ତାର ଏକପ୍ରକାର ସ୍ଥାନ ପକ୍କା ହୋଇଛି । ତେବେ ଆଜି(ବୁଧବାର) ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କିୱି ଦଳକୁ ପାକିସ୍ତାନ ଦେଇଛି ପ୍ରାରମ୍ଭିକ ଝଟକା । ଦୁଇ ଓପନର ମାର୍ଟିନ ଗୁପ୍ଟିଲ, କଲିନ ମୁର୍ନୋ, ରସ ଟେଲର ଓ ପରେ ପରେ ଟମ ଲାଥମ ମଧ୍ୟ ଯଥାକ୍ରମେ 5, 12, 3 ଓ 1 ରନ କରି ପାଭିଲିୟନ ଫେରିଛନ୍ତି ।

World cup, pakistan vs new zealand, match, cricket, control, black caps, new zealand, top order, crumble, ବିଶ୍ବକପ୍‌

ପ୍ରାରମ୍ଭିକ ୱିକେଟ ପଡିବା ପରେ ଏବେ କିୱି ଦଳର ପାଳି ସମ୍ଭାଳୁଛନ୍ତି ଅଧିନାୟକ କେନ ୱିଲିୟମସନ ଓ ଜେମସ ନିସାମ । ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦିଙ୍କୁ ମିଳିଛି ତିନୋଟି ସଫଳତା । ମହମ୍ମଦ ଆମୀର ମଧ୍ୟ ହାତେଇଛନ୍ତି ଗୋଟିଏ ୱିକେଟ । ତେବେ ଏହି ମ୍ୟାଚରେ ବିଜୟୀ ହୋଇ ଆଗାମୀ ଦୁଇ ମ୍ୟାଚରେ ମଧ୍ୟ ଜିତ ହାସଲ କରିବା ଲକ୍ଷ୍ୟରେ ରହିଛି ପାକିସ୍ତାନ ଟିମ । ଆଜି(ବୁଧବାର) ମ୍ୟାଚରେ ପାକିସ୍ତାନର ପ୍ରଦର୍ଶନ ହେଖି ଜଣାପଡୁଛି ଯେ ସେ କୌଣସି ଦୁର୍ବଳ ଟିମ ଭଳି ମ୍ୟାଚ ଖେଳିବ ନାହିଁ । ବିଜୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

FGDFGS

Conclusion:
Last Updated : Jun 26, 2019, 11:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.