ETV Bharat / sports

ଆଜି ଦିନରେ 15 ହଜାର ଦିନିକିଆ ରନ କରିଥିବା ପ୍ରଥମ ଖେଳାଳି ହୋଇଥିଲେ ସଚିନ - 15 ହଜାର ଦିନିକିଆ ରନ

ଏକଦିବସୀୟରେ ସଚିନଙ୍କ 15 ହଜାର ରନ ସ୍କୋର କରିବା ଦିନକୁ ପୁରିଛି 13 ବର୍ଷ । 15 ହଜାର ରନ ସ୍କୋର କରିବାରେ ପ୍ରଥମ ଖେଳାଳି ଥିଲେ ସଚିନ । ଅଧିକ ପଢ଼ନ୍ତୁ...

On this day, Sachin Tendulkar,  Sachin's 15k runs in ODIs, ODI runs of Sachin, 15 ହଜାର ରନ କରିଥିବା ପ୍ରଥମ ଖେଳାଳି ସଚିନ, 15 ହଜାର ଦିନିକିଆ ରନ, ସଚିନ ତେନ୍ଦୁଲକର
15 ହଜାର ଦିନିକିଆ ରନ କରିଥିବା ପ୍ରଥମ ଖେଳାଳି ହୋଇଥିଲେ ସଚିନ
author img

By

Published : Jun 29, 2020, 4:43 PM IST

ନୂଆଦିଲ୍ଲୀ: କ୍ରିକେଟର ଗୋଟିଏ ପରିଚୟ ସଚିନ ତେନ୍ଦୁଲକର କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ସଚିନ ନାଁ ଆସିଲେ ମନକୁ ଆପେ ଆପେ କ୍ରିକେଟ ହିଁ ଆସିଯାଏ । କ୍ରିକେଟ ଇତିହାସର ସର୍ବୋତ୍ତମ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ସଚିନ ।

ମୁମ୍ବାଇର ଏହି ଷ୍ଟାଇଲିସ ବ୍ୟାଟ୍ସମ୍ୟାନ କ୍ରିକେଟର ସମସ୍ତ ଫର୍ମାଟରେ ଅନେକ ବ୍ୟାଟିଂ ରେକର୍ଡ ରଖିଛନ୍ତି ଏବଂ ଆଜିର ଦିନ ଅର୍ଥାତ 29 ଜୁନରେ 13 ବର୍ଷ ପୂର୍ବେ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନ ଭାବରେ 15,000 ଦିନିକିଆ ରନ ସ୍କୋର କରିଥିଲେ।

2007ରେ ବେଲଫାଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଫ୍ୟୁଚର କପର ଦ୍ବିତୀୟ ଦିନିକିଆରେ ସମୟରେ ସେ ଏହି ସଫଳତା ହାସଲ କରିଥିଲେ, ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ 6 ୱିକେଟ ଜିତିଥିଲା ​​।

କୌତୁହଳର ବିଷୟ, ଦ୍ରୁତ ବୋଲର ଆଣ୍ଡ୍ରେ ନେଲଙ୍କ ବଲରେ ଭାରତୀୟ ଇନିଂସର 18ତମ ଓଭରରେ ଏକ ଓଭର ଥ୍ରୋ ଦ୍ବାରା ସଚିନଙ୍କର ଏହି ରେକର୍ଡ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 50 ଓଭରରେ 6 ୱିକେଟ ହରାଇ 226 ରନରେ ସୀମିତ ରହିଥିଲା, ଯୁବରାଜ ସିଂଙ୍କ ଚମତ୍କାର ପ୍ରଦର୍ଶନ କରି 36 ରନ ଦେଇ 3 ୱିକେଟ ନେଇଥିଲେ ।

227 ରନ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଓପନର ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲି ଦଳକୁ ବିଜୟ ପଥରେ ଆଗେଇ ନେବା ପାଇଁ ଏକ ଶତକୀୟ ଭାଗିଦାରୀ କରିଥିଲେ ।

ଗାଙ୍ଗୁଲି ଆଉଟ ହେବା ସତ୍ତ୍ବେ ତେନ୍ଦୁଲକର ବିଚକ୍ଷଣ ପ୍ରଦର୍ଶନ କରି ଶତକ ନିକଟବର୍ତ୍ତୀ ହୋଇଥିଲେ କିନ୍ତୁ 93 ରନରେ ଆଉଟ ହୋଇ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ଯୁବରାଜ ଏବଂ ଦୀନେଶ କାର୍ତ୍ତିକ 5 ବଲ ଥାଇ ଟିମକୁ ମ୍ୟାଚ ଜିତାଇଥିଲେ ।

ଏହି ସିରିଜରେ ଏହା ଦ୍ବିତୀୟ ଥର ଥିଲା ଯେତେବେଳେ ସଟଚିନ 90 ରନରୁ ଉର୍ଦ୍ଧ୍ବ ସ୍କୋର କରି ଆଉଟ ହୋଇଥିଲେ । ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ଦ୍ବିତୀୟଟିରେ ସହଜ ବିଜୟ ହାସଲ କରିଥିଲା ।

ସଚିନ ସର୍ବକାଳୀନ ସର୍ବାଧିକ ରନ ସ୍କୋରର ଭାବରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ । ଏହାସହ ସଚିନ ଏଯାବତ ଅନ୍ତର୍ଜାତୀୟ କ୍ରିକେଟରେ 30,000ରୁ ଅଧିକ ରନ ସଂଗ୍ରହ କରିଥିବା ଏକମାତ୍ର ଖେଳାଳି ହୋଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.