ଲଣ୍ଡନ: ଆଜି ଦିନରେ ଇଂଲଣ୍ଡର ବିଶ୍ବକପ ବିଜୟୀ କ୍ୟାପଟେନ ଇଆନ ମୋର୍ଗାନ ମାଞ୍ଚେଷ୍ଟରରେ ଖେଳିଥିଲେ ମାରାଥନ ଇଂନିସ । ଏଥିସହିତ ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇଂନିସରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଥିଲେ ।
ଅବସର ଥିଲା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2019ର । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମୋର୍ଗାନ 17ଟି ଛକା ମାରିଥିଲେ ।
ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମ୍ୟାଚର 30ତମ ଓଭରରେ ମୋର୍ଗାନ ବ୍ୟାଟିଂ ପାଇଁ ଆସିଥିଲେ । ତେବେ ଆକ୍ରମଣାତ୍ମକ ଅବିଶ୍ବସନୀୟ ଇଂନିସ ସହ ମୋର୍ଗାନା ମାତ୍ର 57 ବଲରୁ ଶତକ ପୁରା କରିଥିଲେ । ଏହାପରେ ମ୍ୟାାଚର 47ତମ ଓଭରରେ 71 ବଲରୁ 208.45 ଷ୍ଟ୍ରାଇକରେଟ ସହ 148 ରନର ଇଂନିସ ଖେଳି ଆଉଟ ହୋଇଥିଲେ ମୋର୍ଗାନ । ଇଂଲଣ୍ଡର ଏହି ମ୍ୟାଚରେ ମୋଟ ସ୍କୋର 397/6 ରହିଥିଲା । ତେବେ ପରେ ଆଫଗାନ୍ତିସ୍ତାନକୁ 147 ରନରେ ଅଟକାଇବା ସହ ବିଜୟୀ ହୋଇଥିଲା । ଧୁଆଁଧାର ବ୍ୟାଟିଂ ପାଇଁ ଇଆନ ମୋର୍ଗାନ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।