ନୂଆଦିଲ୍ଲୀ: ଆଜି ଦିନରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ବର୍ଷ 2007 ଆଜିର ଦିନରେ ରୋହିତ ବେଲଫାଷ୍ଟରେ ଆୟରଲାଣ୍ଡ ବିପକ୍ଷ ଏକ ଦିନିକିଆ ମ୍ୟାଚରେ ଭାରତୀୟ ଜର୍ସିରେ ପ୍ରଥମ ଥର ନଜର ଆସିଥିଲେ ।
ତେବେ ଭାରତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାାଇନଥିଲେ ରୋହିତ । ଏହାପରେ ଟି-20 ବିଶ୍ବକପରେ 2007ରେ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ଟି-20 ଡେବ୍ୟୁ କରିଥିଲେ । ତେବେ ଟେଷ୍ଟ କ୍ରିକେଟରେ ଡେବ୍ୟୁ ପାଇଁ ରୋହିତଙ୍କୁ 6ବର୍ଷ ଅପେକ୍ଷା କରିବାକୁ ପଡିଥିଲା । 2013ରେ କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ଶତକୀୟ ଇଂନିସ ଖେଳିଥିଲେ ।
ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟପ ପ୍ରମୁଖ ଖେଳାଳି ହୋଇସାରିଛନ୍ତି ରୋହିତ । 2019 କ୍ରିକେଟ ବିଶ୍ବକପରେ 648 ରନ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଥିଲେ ରୋହିତ । ଏଥିସହିତ ବିଶ୍ବକପର ଗୋଟିଏେ ସଂସ୍କରଣରେ 5ଟି ଶତକର ରେକର୍ଡ ମଧ୍ୟ କରିଥିଲେ । ରୋହିତ ମୋଟ 224 ଦିନିକିଆ, 1108 ଟି-20 ଓ 32ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରୁ 14,029 ରନ ସଂଗ୍ରହ କରିଛନ୍ତି । ବିଶ୍ବର ଏକମାତ୍ର ଖେଳାଳି ଭାବେ ଦିନିକିଆ କ୍ରିକେଟରେ 3ଟି ଦ୍ବିଶତକ ହାସଲକାରୀ ରହିଛନ୍ତି ।