ETV Bharat / sports

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ପାଇଁ OCAର ପ୍ରସ୍ତୁତି

ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ । ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(OCA) ପ୍ରସ୍ତୁତି ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 4, 2019, 4:07 PM IST

ଭଦ୍ରକ: ବାରବାଟୀରେ ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ । ପୁଣି ବାରବାଟୀରେ ଦର୍ଶକ ଝୁମିବେ କ୍ରିକେଟ ରଙ୍ଗରେ । ବହୁଦିନ ପରେ ବାରବାଟୀରେ କ୍ରିକେଟ ମ୍ୟାଚ ହେବା ଶୁଣି ଖୁସି ହୋଇଛନ୍ତି ଓଡିଶା କ୍ରିକେଟ ପ୍ରେମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ବିଶ୍ବକପ ପରେ ଟିମ ଇଣ୍ଡିଆର ଘରୋଇ ସିଜନ ଆରମ୍ଭ ହେବ । ଅଷ୍ଟ୍ରେଲିଆ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଜିମ୍ବାୱେ ଦଳ ଭାରତ ଗସ୍ତ କରିବେ ।

ବାରବାଟୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ମ୍ୟାଚ ଖେଳିବାକୁ ସୂଚି ପ୍ରକାଶ ପାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ତେବେ OCAକୁ ଅଫିସିଆଲ ଭାବେ ସୂଚନା ମିଳିନଥିବା କାର୍ଯ୍ୟକାରୀ ଅଧ୍ୟକ୍ଷ ଧୀରେନ ପଲେଇ କହିଛନ୍ତି । ଫନି ପ୍ରଳୟରେ ବାରବାଟୀ ଷ୍ଟାଡିୟମରେ ଅନେକ କ୍ଷୟକ୍ଷତି ହୋଇଛି । ତେବେ ମ୍ୟାଚର 2 ମାସ ପୂର୍ବରୁ ଷ୍ଟାଡିୟମ ସଂପୂର୍ଣ୍ଣ ଠିକ ହୋଇଥିବା କହିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ।

ତେବେ ଏନେଇ ଧୀରେନ ପଲେଇଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.