ETV Bharat / sports

ବାରବାଟୀ ମ୍ୟାଚ ପୂର୍ବରୁ ଓସିଏର ସ୍ୱତନ୍ତ୍ର ବୈଠକ - ବାରବାଟୀ ଦିନିକିଆ ମ୍ୟାଚ

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଆୟୋଜନ ପାଇଁ ଅଣ୍ଟା ଭିଡିଛି ଓଡିଶା କ୍ରିକେଟ ଆସେସିଏସନ(ଓସିଏ)  । ଏନେଇ ଆଜି ଓସିଏର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଓସିଏର ବୈଠକ
author img

By

Published : Nov 24, 2019, 5:19 PM IST

କଟକ: ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଆୟୋଜନ ପାଇଁ ଅଣ୍ଟା ଭିଡିଛି ଓଡିଶା କ୍ରିକେଟ ଆସେସିଏସନ(ଓସିଏ) । ଏନେଇ ଆଜି ଓସିଏର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଓସିଏ ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । 2 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବୈଠକ ପରେ ମ୍ୟାଚ ପାଇଁ ଓସିଏର ବଜେଟ ପ୍ରସ୍ତୁତି ନେଇ ତଥ୍ୟ ରଖିଥିଲେ ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟୀ ଦିନିକିଆ ପାଇଁ ଓସିଏର ବୈଠକ

ଏଥିସହିତ ବିସିସିଆଇ ପକ୍ଷରୁ ଓସିଏକୁ 10 କୋଟି ଟଙ୍କାର ଅର୍ଥ ମିଳିଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ । ତେବେ ମ୍ୟାଚ ପାଇଁ ଆଉ ଏକ ବୈଠକ ଖୁବଶୀଘ୍ର ବସିବା ନେଇ ସଞ୍ଜୟ କହିଛନ୍ତି । ଓସିଏ ଆସନ୍ତା ଏକଦିବସୀୟ ମ୍ୟାଚ ପାଇଁ ଖର୍ଚ୍ଚ ବାବଦକୁ 6 କୋଟି ଟଙ୍କାର ବଜେଟ ଆକଳନ କରିଛି । ମ୍ୟାଚ ପାଇଁ 22 କୋଟି ଟଙ୍କାର ବୀମା ମଧ୍ୟ କରିଛି ଓସିଏ । ତେବେ ଫନିରେ କ୍ଷତି ହୋଇଥିବା ଷ୍ଟାଡିୟମର ବିଭିନ୍ନ ଅଂଶର ମରାମତି କାର୍ଯ୍ୟ ଖୁବଶୀଘ୍ର କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଓସିଏ ରେ ବସିଲା ଜରୁରୀକାଳୀନ ସ୍ୱତନ୍ତ୍ର ସାଧାରଣ ବୈଠକ । ଆସନ୍ତା ମାସ 22 ତାରିଖରେ ହେବାକୁ ଥିବା ଭାରତ ଓ ୱେଷ୍ଟେଇଣ୍ଡିଜ ମଧ୍ୟରେ ମହାମୁକାବିଲା କୁ ଆଖିଆଗରେ ରଖି ବୈଠକ ଡାକିଲା ଓଡିଶା କ୍ରିକେଟ ଆସୋସିଏସନ ।

ଦୀର୍ଘ ଦୁଇ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ବସିଲା ରୁଦ୍ଧ ଦ୍ୱାର ବୈଠକ ।
ଫାନି ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ବାରଵାଟି ଷ୍ଟାଡିଅମ ।ଯାହାର ମରାମତି ପାଇଁ ବିସିସିଆଇ ଦେଇଛି 10 କୋଟି ଟଙ୍କା । ସେଥିରୁ ଟିଡିଏସ ଏଇ କୋଟି ଟଙ୍କା କଟି ଥିଲା ବେଳେ ଓସିଏ କୁ ହସ୍ତଗତ ହୋଇଛି 9 କୋଟି ଟଙ୍କା ।

ଓସିଏ ଆସନ୍ତା ଏକଦିବସିୟ ମ୍ୟାଚ ପାଇଁ ଖର୍ଚ୍ଚ ବାବଦ 6 କୋଟି ଟଙ୍କାର ବଜେଟ ଆକଳନ କରିଛି । ମ୍ୟାଚ ନିମନ୍ତେ 22 କୋଟି ଟଙ୍କାର ବୀମା ମଧ୍ୟ କରିଛି ଓସିଏ ।

Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.