ETV Bharat / sports

କାଲି ଓସିଏ ନିର୍ବାଚନ: କିଏ ହେବ ବାରବାଟୀ ବାଦଶାହ, ପିନ୍ଧିବ ବିଜୟ ମୁକୁଟ ? - ସଞ୍ଜୟ ବେହେରା

ଆସନ୍ତାକାଲି ହେବ ଓସିଏ ନିର୍ବାଚନ । ଦିନ 11.30ରୁ ଆରମ୍ଭ ହେବ ମତଦାନ ପ୍ରକିୟା । 5ଟି ପଦ ପାଇଁ 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ଡିଜାଇନ ଫଟୋ
author img

By

Published : Sep 26, 2019, 8:38 PM IST

କଟକ: କିଏ ହାତେଇବ ଓଡିଶା କ୍ରିକେଟର ଭାର ? କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । ସେ ନେଇ ଲାଗି ରହିଛି ଛକାପଞ୍ଝା । ତେବେ ଏହି କଳ୍ପନାଜଳ୍ପନା ଉପରେ ପୁର୍ଣ୍ଣଛେଦ ପଡିବାର ସମୟ ଆସିଛି । କାରଣ ରାତି ପାହିଲେ ଓସିଏ ନିର୍ବାଚନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ସେଥିପାଇଁ ଚଳଚଞ୍ଚଳ ହେବ ଓସିଏ କାର୍ଯ୍ୟାଳୟ । 5ଟି ପଦ ପାଇଁ 10 ଜଣ ପ୍ରାର୍ଥୀ ମୁହାଁମୁହିଁ ହେବେ । ଏବେ କେବଳ ଅପେକ୍ଷା ମତଦାନକୁ । ଓସିଏର ନୂଆ ମୁଖିଆ ନେଇ ଆସନ୍ତାକାଲି ହିଁ ସ୍ପଷ୍ଟ ହୋଇଯିବ ।

5ଟି ପଦ ପାଇଁ 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଦିନ11.30ରୁ ଆରମ୍ଭ ହେବ ମତଦାନ ପ୍ରକିୟା । ସମସ୍ତ ଭୋଟର ନିୟମ ଅନୁସାରେ ନିଜ ମତଦାନ କରିବେ । ଅପରାହ୍ନ 2ଟା ସୁଦ୍ଧା ଶେଷ ହେବ ଭୋଟିଂ ପ୍ରକ୍ରିୟା । ଏହାପରେ ଭୋଟ ଗଣତି କରାଯାଇ ସନ୍ଧ୍ୟା 6ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ଏମ ଏଲ ମଜୁମଦାର ।

ସଭାପତି ଲଢେଇରେ ଅଛନ୍ତି ପ୍ରଦୀପ ଚୌହାନ ଓ ପଙ୍କଜ ଲୋଚନ ମହାନ୍ତି । ସମ୍ପାଦକ ଲଢେଇରେ ନବ ରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରାଙ୍କ ମଧ୍ୟରେ ଟକ୍କର ହେବ ।
ଏହି ନିର୍ବାଚନ ପାଇଁ ସମସ୍ତ କ୍ଲବ ଜିଲା ସ୍କୁଲର ମତଦାତା ସଦ୍ୟସ୍ୟଙ୍କ ସହ ଆଲୋଚନା ସରିଛି । ଏହି ନିର୍ବାଚନ ବେଶ ରୋମାଞ୍ଚକର ହେବ । ଗୋଟିଏ ଗୋଟିଏ ଭୋଟ ବି ବିଜୟ ଗଣିତକୁ ଭୁଲ କରିବାର ସମ୍ଭାବନା ରହିଛି ।

ଯଦି ବିଜୟ ହୁଏ, କ୍ରିକେଟକୁ ଏକ ସ୍ଵତନ୍ତ୍ର ସ୍ଥାନ ଦେବି ବୋଲି କହିଛନ୍ତି ସଭାପତି ପ୍ରାର୍ଥୀ ପ୍ରଦୀପ ଚୌହାନ । ଏଥିସହିତ ଆଶୀର୍ବାଦ ବେହେରା ଯଦି ଭୋଟ ଦିଅନ୍ତି, କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ପ୍ରଦୀପ ।

ଅନ୍ୟପଟେ ବାପାଙ୍କ ଅନୁପସ୍ଥିତି ନିଶ୍ଚିତ ମନକୁ କଷ୍ଟ ଦେଉଛି । ବାପା ଥିଲେ ଚାପ ଟିକେ ହାଲୁକା ହୋଇଥାନ୍ତା କହିଛନ୍ତି, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ତଥା ସମ୍ପାଦକ ପ୍ରାର୍ଥୀ ସଞ୍ଜୟ ବେହେରା । ତଥାପି ବାପାଙ୍କ ସମର୍ଥକ ଓ ସମର୍ଥନ ମୋ ସହ ରହିଛନ୍ତି । ବିଜୟୀ ହେବାର ଆଶା ମଧ୍ୟ ମଜଭୁତ ଅଛି ବୋଲି କହିଛନ୍ତି ସଞ୍ଜୟ । ତେବେ ଦୀର୍ଘ ବର୍ଷ ର ବ୍ୟବଧାନ ପରେ, ଚଳିତବର୍ଷ ଓସିଏରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ଯାହାକୁ ନେଇ ରାଜ୍ୟ କ୍ରୀଡା ଜଗତରେ ବେଶ ଉଷ୍ମତା ଦେଖାଦେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କିଏ ହାତେଇବ ବାରଵାଟି କ୍ରିକେଟ ର ଭାର । କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । ସେନେଇ ଲାଗି ରହିଛି ଛକାପଞ୍ଝା । ତେବେ ଏହି କଳ୍ପନାଜଳ୍ପନା ଉପରେ ପୁର୍ନଛେଦ ପଡିବା ପାଇଁ ଆସିଛି ସମୟ । କାରଣ ରାତି ପାହିଲେ ଓସିଏ ନିର୍ବାଚନ । ଚଳଚଞ୍ଚଳ ହେବ ଓସିଏ କାର୍ଯ୍ୟାଳୟ । 5ଟି ପଦ ପାଇଁ 10 ଜଣ ପାର୍ଥି ମୁହାଁମୁହିଁ ହେବେ । ତେବେ ଏହାପୂର୍ବରୁ ସବୁ ପାର୍ଥିଙ୍କ ରଣନୀତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଁଚିସାରିଛି । ତେବେ କେବଳ ଅପେକ୍ଷା ନିର୍ବାଚନ ଭୋଟିଂ ପ୍ରକ୍ରିୟା କୁ ।

Body:ଭିଓ୧: ସରିଛି ଚୂଡାନ୍ତ ପାର୍ଥି ତାଲିକା । ସମସ୍ତ ନିୟମ କାନୁନ ମଧ୍ୟରେ 5 ପଦ ପାଇଁ 10 ପାର୍ଥି ହେବେ ମୁଂହମୁହିଁ ହେବେ । ସାଢ଼େ ଏଗାର ରୁ ଆରମ୍ଭ ହେବ ନିର୍ବାଚନୀ ପ୍ରକ୍ରିୟା । ସମସ୍ତ ଭୋଟର ନିୟମ ଅନୁସାରେ ନିଜ ମତଦାନ କରିବେ । ତେବେ 2 ଟା ସୁଦ୍ଧା ସରିବ ଭୋଟିଂ ପ୍ରକ୍ରିୟା ଆଉ ସନ୍ଧ୍ୟା 6 ଟା ବେଳକୁ ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର ଏମ ଏଲ ମଜୁମଦାର ।

ବାଇଟ: ଏମଏଲ ମଜୁମଦାର( ନିର୍ବାଚନ କମିଶନର ଓସିଏ)

ଭିଓ୨: ଏହି ନିର୍ବାଚନ ପାଇଁ ସମସ୍ତ କ୍ଲବ ଜିଲା ସ୍କୁଲ ସହ ଆଲୋଚନା ସରିଛି । ଏହି ନିର୍ବାଚନ ବେଶ ରୋମାଞ୍ଚକର ହେବ । ଗୋଟିଏ ଗୋଟିଏ ଭୋଟ ବି ବଦଳାଇବ ଭାଗ୍ୟ । ତେବେ ଯଦି ବିଜୟ ହୁଏ କ୍ରିକେଟ କୁ ଏକ ସ୍ଵତନ୍ତ୍ର ସ୍ଥାନ ଦେବି ବୋଲି କହିଛନ୍ତି ସଭାପତି ପାର୍ଥି ପ୍ରଦୀପ ଚୌହାନ । ଏହାସହିତ ଯଦି ଆଶ୍ରିବାଦ ବେହେରା ଭୋଟ ବି ଦିଅନ୍ତି ତେବେ କୌଣସି ପ୍ରଭାବ ପଡିବନି ବୋଲି ସୂଚନା ଦେଇଛନ୍ତି ପ୍ରଦୀପ ।

ବାଇଟ: ପ୍ରଦୀପ ଚୌହାନ( ସଭାପତି ପାର୍ଥି)

ଭିଓ3: ଅନ୍ୟପଟେ ବାପାଙ୍କ ଅନୁପସ୍ଥିତି ନିଶ୍ଚିତ ରୂପରେ ମନ କୁ କଷ୍ଟ ଦେଉଛି । କାରଣ ବାପା ଥିଲେ ଚାପ ଟିକେ ହାଲୁକା ହୋଇଥାନ୍ତା । ତଥାପି ବାପା ଙ୍କ ସମର୍ଥକ ଓ ସମର୍ଥନ ମୋ ସହ ରହିଛି । ଆଉ ବିଜୟ ହେବାର ଆଶା ମଧ୍ୟ ମଜଭୁତ ଅଛି ବୋଲି କହିଛନ୍ତି ସମ୍ପାଦକ ପାର୍ଥି ସଞ୍ଜୟ ବେହେରା ।

ବାଇଟ: ସଂଜୟ ବେହେରା( ସମ୍ପାଦକ ପାର୍ଥି)

Conclusion:ଫାଭିଓ: ତେବେ ଦୀର୍ଘ ବର୍ଷ ର ବ୍ୟବଧାନ ପରେ, ଚଳିତବର୍ଷ ଓସିଏ ରେ ସିଲେକ୍ସନ ସ୍ଥାନରେ ଇଲେକ୍ସନ ହେବ । ଯାହାକୁ ନେଇ ରାଜ୍ୟ କ୍ରୀଡା ଜଗତ ବେଶ ଉଷ୍ମ । ତେବେ ଦେଖିବାକୁ ବାକି ରହିଲା କିଏ ପିନ୍ଧିବ ବିଜୟ ମୁକୁଟ ଆଉ ବାରଵାଟି କୁ ନିଜ ଦଖଲ ରେ ରଖିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.