ETV Bharat / sports

ଜୋହାନ୍ସବର୍ଗ ଦିନିକିଆରେ ଫଖର ଜମନଙ୍କ ରେକର୍ଡ ଇଂନିସ

author img

By

Published : Apr 5, 2021, 7:46 PM IST

Updated : Apr 5, 2021, 8:11 PM IST

ଜୋହାନ୍ସବର୍ଗ ଦିନିକିଆରେ ଫଖର ଜମନଙ୍କ ରେକର୍ଡ ଇଂନିସ । ଅଧିକ ପଢନ୍ତୁ

Number Game: Fakhar Zaman hits 193 in losing cause, records tumbled
ଜୋହାନ୍ସବର୍ଗ ଦିନିକିଆରେ ଫକର ଜମନଙ୍କ ରେକର୍ଡ ଇଂନିସ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ରବିବାର ଦ୍ବିତୀୟ ଦିନିକିଆରେ ପାକିସ୍ତାନକୁ 17 ରନ୍‌ରେ ହରାଇ ଦିନିକିଆ ସିରିଜ 1-1ରେ ବରାବର କରିଛି । ପାକିସ୍ତାନ ବ୍ୟାଟ୍ସମ୍ୟାନ ଫଖର ଜମନ 193 ରନର ମାରାଥନ ଇଂନିସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ । 342 ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରୁଥିଲା ପାକିସ୍ତାନ । 155 ବଲ୍‌ରୁ 18 ଚୌକା ଓ 10 ଛକା ସହାୟତାରେ 193 ରନର ଇଂନିସ ଖେଳି ଦକ୍ଷିଣ ଆଫ୍ରିକା ଶିବିରରେ ନିରାଶ ଖେଳାଇଦେଇଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍‌ ଆଉଟ ହେବାପରେ ପାକିସ୍ତାନର ବିଜୟଆଶା ମଉଳିଯାଇଥିଲା । ତେବେ ଏହି ରନ୍‌ ଆଉଟକୁ ନେଇ ବିଶ୍ବତମାମ ବିବାଦ ଦେଖାଦେଇଛି ।

ଦକ୍ଷିଣ ଆଫ୍ରିକା କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟୀ ହୋଇଥିଲା ମାତ୍ର ଫଖର ଜମନ କ୍ରିକେଟ ଜଗତର ହୃଦୟ ଜିତିନେଇଥିଲେ । ଏକ ସମୟରେ ପାକିସ୍ତାନର ସ୍କୋର 205-7 ରହିଥିଲା । କିନ୍ତୁ ଏହାପରେ ଜୋହାନ୍ସବର୍ଗରେ ଦେଖିବାକୁ ମିଳିଥିଲା ଫଖର ଶୋ । ଏକାକୀ ଘରୋଇ ଦଳର ବୋଲରଙ୍କୁ ମୁକାବିଲା କରିବା ସହ ପାକିସ୍ତାନକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇଦେଇଥିଲେ । ତେବେ ଅଳ୍ପକେ ଦ୍ବିଶତକରୁ ବଞ୍ଚିତ ହେବାପରେ 324-9ରେ ପାକିସ୍ତାନ ଇଂନିସ ଶେଷ ହୋଇଥିଲା ।

193 ରନର ଇଂନିସ ମଧ୍ୟରେ 30 ବର୍ଷୀୟ ବ୍ୟାଟ୍ସମ୍ୟାନ ଦିନିକିଆ କ୍ରିକେଟ ଇତିହାସରେ ଏକାଧିକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଇତିହାସରେ ଲକ୍ଷ୍ୟକୁ ପିଛା କରି ସର୍ବାଧିକ ରନର ଇଂନିସ ଖେଳିଥିବାର ରେକର୍ଡ ନିଜ ନାମରେ କରିଥିଲେ ଫଖର । ପୂର୍ବରୁ ଏହି ରେକର୍ଡ, ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେନ ୱାଟସନଙ୍କ ନାମରେ ରହିଥିଲା । ବର୍ଷ 2011ରେ ବାଂଲାଦେଶ ବିପକ୍ଷରେ 185 ରନର ଇଂନିସ ଖେଳିଥିଲେ ୱାଟସନ ।

ଦିନିକିଆ କ୍ରିକେଟରେ ଲକ୍ଷ୍ୟକୁ ପିଛାକରି ସର୍ବାଧିକ ସ୍କୋର

  • ଫଖର ଜମନ (193 ବନାମ ଦକ୍ଷିଣ ଆଫ୍ରିକା) 2021
  • ସେନ୍‌ ୱାଟସନ (185* ବନାମ ବାଂଲାଦେଶ) 2011
  • ମହେନ୍ଦ୍ର ସିଂହ ଧୋନି (183* ବନାମ ଶ୍ରୀଲଙ୍କା) 2005
  • ବିରାଟ କୋହଲି(183 ବନାମ ପାକିସ୍ତାନ), 2013

ଦକ୍ଷିଣ ଆଫ୍ରିକା ମାଟିରେ ସର୍ବାଧିକ ଦିନିକିଆ ସ୍କୋର

  • ଫଖର ଜମନ (193)
  • ଫାପ୍‌ ଡୁ ପ୍ଲେସିସ (185)
  • କ୍ବିଣ୍ଟନ ଡି କକ୍‌ (178)
  • ଏବି ଡି ଭିଲିୟର୍ସ (176)

ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଯାହା ରନ୍‌ ଆଉଟ୍‌ରେ ଶେଷ

  • ଡେଭିଡ ୱାର୍ଣ୍ଣର (173 ବନାମ ଦକ୍ଷିଣ ଆଫ୍ରିକା) 2016
  • ଇଭିନ ଲୁଇସ (148 ବନାମ ଶ୍ରୀଲଙ୍କା), 2016
  • କେଭିନ ଓ'ବ୍ରାଏନ ( 142 ବନାମ କେନିୟା), 2007
  • ସଚିନ ତେନ୍ଦୁଲକର (137 ବନାମ ଶ୍ରୀଲଙ୍କା), 1996
  • ସର୍ବାଧିକ ଦିନିକିଆ ସ୍କୋର ବନାମ ଦକ୍ଷିଣ ଆଫ୍ରିକା
  • ସଚିନ ତେନ୍ଦୁଲକର (200*) ଗ୍ବାଲିଅର, 2010
  • ଫଖର ଜମନ (193 ) ଜୋହାନ୍ସବର୍ଗ, 2021
  • ମାର୍ଟିନ ଗୁପ୍ଟିଲ (180) ହାମିଲଟନ, 2017
  • ଡେଭିଡ ୱାର୍ଣ୍ଣର (173 ) କେପ୍‌ ଟାଉନ, 2016

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2021, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.