ଢାକା: ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରାୟ 4 ମାସର ବିରତି ପରେ ଅଭ୍ୟାସକୁ ଫେରିଲେ ବାଂଲାଦେଶୀ କ୍ରିକେଟର । ଶନିବାର ବାଂଲାଦେଶ କ୍ରିକେଟ ବୋର୍ଡ(BCB) ଜୁଲାଇ 19ରୁ ଖେଳାଳିଙ୍କୁ ବ୍ୟକ୍ତିଗତ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଥିଲା ।
-
Bangladesh have started training sessions at the Sher-e-Bangla stadium 🏟️ 🏏
— ICC (@ICC) July 19, 2020 " class="align-text-top noRightClick twitterSection" data="
Which 🇧🇩 player are you waiting to see in action? pic.twitter.com/Dfyf969wUz
">Bangladesh have started training sessions at the Sher-e-Bangla stadium 🏟️ 🏏
— ICC (@ICC) July 19, 2020
Which 🇧🇩 player are you waiting to see in action? pic.twitter.com/Dfyf969wUzBangladesh have started training sessions at the Sher-e-Bangla stadium 🏟️ 🏏
— ICC (@ICC) July 19, 2020
Which 🇧🇩 player are you waiting to see in action? pic.twitter.com/Dfyf969wUz
ଫଳରେ ପ୍ରଥମ ପର୍ଯ୍ୟାୟରେ ରବିବାର 4ଟି ଭିନ୍ନ ଭିନ୍ନ ଭେନ୍ୟୁରେ 9ଜଣ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ଢାକାର ସେର୍-ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ, ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ, ସେଲଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ସୈଖ ଅବୁ ନାସିର ଷ୍ଟାଡିୟମରେ ଅଭ୍ୟାସ ପାଇଁ ଅନୁମତି ମିଳିଛି ।
ପ୍ରଥମ ପର୍ଯ୍ୟାୟରେ ମୁଶଫିକର ରହୀମ, ଇମରୁଲ କାଏସ, ମହମ୍ମ ମିଥୁନ, ସାଫିଉଲ ଇସଲାମ, ସାଇଦ ଖଲିଦ ଅହମ୍ମଦ, ନାସୁମ ଅହମ୍ମଦ, ନୁରୁଲ ହସନ ଓ ନାଇମ ହାସନ ଅଭ୍ୟାସ ଆରମ୍ଭ କରିଛନ୍ତି ।
ବାଂଲାଦେଶ ଜିମ୍ବାୱେ ବିପକ୍ଷରେ ଶେଷଥର ପାଇଁ ମାର୍ଚ୍ଚ ମାସରେ ଦିନିକିଆ ଓ ଟି-20 ସିରିଜ ଖେଳିଥିଲା ।