ETV Bharat / sports

ଆଇପିଏଲ ଆୟୋଜନ ପାଇଁ ଦେଇନାହୁଁ ପ୍ରସ୍ତାବ: ନ୍ୟୁଜିଲାଣ୍ଡ କ୍ରିକେଟ - ଆଇପିଏଲ ଆୟୋଜନ ପାଇଁ ଦେଇନାହୁଁ ପ୍ରସ୍ତାବ

ଆଇପିଏଲ ଆୟୋଜନ ପ୍ରସ୍ତାବ ଦେଇଥିବା ଖବରକୁ ଖଣ୍ଡନ କଲା ନ୍ୟୁଜିଲାଣ୍ଡ କ୍ରିକେଟ । କହିଲା ଆମର ଏପରି କୌଣସି ଆଭିମୁଖ୍ୟ ନାହିଁ । ଅଧିକ ପଢ଼ନ୍ତୁ...

New Zealand Cricket, have not offered to host IPL, ନ୍ୟୁଜିଲାଣ୍ଡ କ୍ରିକେଟ, ଆଇପିଏଲ ଆୟୋଜନ ପାଇଁ ଦେଇନାହୁଁ ପ୍ରସ୍ତାବ, ଆଇପିଏଲ ଆୟୋଜନ ପ୍ରସ୍ତାବ
ଆଇପିଏଲ ଆୟୋଜନ ପାଇଁ ଦେଇନାହୁଁ ପ୍ରସ୍ତାବ: ନ୍ୟୁଜିଲାଣ୍ଡ କ୍ରିକେଟ
author img

By

Published : Jul 9, 2020, 8:19 PM IST

ୱିଲିଙ୍ଗଟନ: ଆଇପିଏଲକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଚଳିତ ବର୍ଷ ହେବ ଆଇପିଏଲ ହେବ କି ନାହିଁ, ଯଦି ହେବ କେବ ହେବ ଓ କେଉଁଠି ହେବ । କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରେ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ତେବେ ଭାରତ ବାହାରେ ଆଇପିଏଲ ଆୟୋଜନ ହେବା ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ଏମିତି ବି ଶୁଣିବାକୁ ମିଳିଥିଲା ଯେ ନ୍ୟୁଜିଲାଣ୍ଡ ଆଇପିଏଲ ଆୟୋଜନ ନେଇ ଇଚ୍ଛୁକ ଅଛି । କିନ୍ତୁ ଏହି କଥାକୁ ଗୁରୁବାର ଖଣ୍ଡନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ।

ମାର୍ଚ୍ଚ 29ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଥିଲା କିନ୍ତୁ କୋରୋନା ମହାମାରୀ ହେତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି, ତଥାପି ସେପ୍ଟେମ୍ବର ଶେଷରୁ ନଭେମ୍ବର ଆରମ୍ଭରେ ବିସିସିଆଇ ଏହାକୁ ଖେଳିବାକୁ ଆଶା କରୁଛି ।

ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ମୁଖପାତ୍ର ରିଚାର୍ଡ ବକ ରେଡିଓ ନ୍ୟୁଜିଲ୍ୟାଣ୍ଡକୁ କହିଛନ୍ତି ଯେ, ‘‘ରିପୋର୍ଟ କେବଳ କଳ୍ପନା ଜଳ୍ପନା । ଆମେ ଆଇପିଏଲ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇ ନାହୁଁ କିମ୍ବା ଏହା କରିବା ପାଇଁ ଆମର ଆଭିମୁଖ୍ୟ ବି ନାହିଁ।’’

କୋଭିଡ-19 ସଙ୍କଟ କାରଣରୁ ଭାରତରେ ଲିଗ ଆୟୋଜନ କରାଯାଇ ନ ପାରେ ତେଣୁ ୟୁଏଇ ଏବଂ ଶ୍ରୀଲଙ୍କା ପରେ ନ୍ୟୁଜିଲ୍ୟାଣ୍ଡ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିବା ଖବର ପାଇବା ପରେ ବକ୍ଙ୍କ ଏହି ପ୍ରତିକ୍ରିୟା ଆସିଛି।

ପୂର୍ବରୁ ରିପୋର୍ଟ ହୋଇଥିଲା ​​ଯେ ଭାରତରେ କୋଭିଡ଼-19 ପରିସ୍ଥିତିକୁ ଦେଖି ଆଇପିଏଲ୍ 2020 ବିଦେଶରେ ଅନୁଷ୍ଠିତ ହୋଇପାରେ, ଯାହା ୟୁଏଇ ଏବଂ ଶ୍ରୀଲଙ୍କାରେ ହେବାର ସମ୍ଭାବନା ରହିଛି ।

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ବକପର ଭାଗ୍ୟକୁ ନେଇ ବୋର୍ଡ ଅଫ କଣ୍ଟ୍ରୋଲ୍ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଖୁବ ଶୀଘ୍ର ଆଇସିସି ପକ୍ଷରୁ ଚୂଡ଼ାନ୍ତ ଘୋଷଣା ଆଶା କରୁଛି।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ ସେମାନେ ଚଳିତ ବର୍ଷ ଆଇପିଏଲ 13 ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଦେଶ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସେମାନଙ୍କର ପ୍ରଥମ ପ୍ରାଥମିକତା । କିନ୍ତୁ ଏକ ବିଦେଶରେ ଆୟୋଜନ କଥାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ।

ତେବେ ଟି-20 ବିଶ୍ବକପର ଭାଗ୍ୟ ନିର୍ଦ୍ଧାରଣ ହେବା ପରେ କୌଣସି ନିଷ୍ପତ୍ତି ଚୂଡାନ୍ତ କରି ପାରିବ ବିସିସିଆଇ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.