ETV Bharat / sports

ଆଇପିଏଲ 2020: ପ୍ରଥମ ଥର ହେବ ଡୋପ ଟେଷ୍ଟ

author img

By

Published : Aug 25, 2020, 5:38 PM IST

ଆଇପିଏଲରେ ପ୍ରଥମ ଥର ପାଇଁ ହେବ ଡୋପ ଟେଷ୍ଟ । ଡୋପ୍ କଣ୍ଟ୍ରୋଲ ପାଇଁ ନ୍ୟାସନାଲ ଡୋପିଂ ଏଜେନ୍ସି(NADA) ୟୁଏଇରେ ହେବାକୁ ଥିବା ଆଇପିଏଲର ମେଗା ଇଭେଣ୍ଟରେ ନମୁନା ସଂଗ୍ରହ କରିବ ।

National Anti-Doping Agency to carry out 50 tests during IPL 13
ଆଇପିଏଲ 2020: ପ୍ରଥମ ଥର ହେବ ଡୋପ ଟେଷ୍ଟ

ହାଇଦ୍ରାବାଦ: ଆଇପିଏଲରେ ପ୍ରଥମ ଥର ପାଇଁ ହେବ ଡୋପ ଟେଷ୍ଟ । ଡୋପ୍ କଣ୍ଟ୍ରୋଲ ପାଇଁ ନ୍ୟାସନାଲ ଡୋପିଂ ଏଜେନ୍ସି(NADA) ୟୁଏଇରେ ହେବାକୁ ଥିବା ଆଇପିଏଲର ମେଗା ଇଭେଣ୍ଟରେ ନମୁନା ସଂଗ୍ରହ କରିବ । ପ୍ରାୟ 50 ନମୁନା ସଂଗ୍ରହ ପାଇଁ ଯୋଜନା ରହିଥିବା ସୂଚନା ରହିଛି । ଏଥିସହିତ ଆବଶ୍ୟକ ସ୍ଥଳେ ଖେଳାଳିଙ୍କ ରକ୍ତ ନମୁନା ମଧ୍ୟ NADA ସଂଗ୍ରହ କରିବା ସମ୍ଭାବନା ରହିଛି । ଏଥିପାଇଁ 5ଟି ଡୋପ କଣ୍ଟ୍ରୋଲ ଷ୍ଟେସନ ପ୍ରସ୍ତୁତି କରିବ ।

ଆଇପିଏଲ ମ୍ୟାଚ ଖେଳାଯିବାକୁଥିହା ଦୁବାଇ, ଆବୁଧାବି ଓ ସାରଜାହ ଷ୍ଟାଡିୟମରେ ଗୋଟିଏ ଲେଖାଏଁ ଡିସିଏସ ପ୍ରସ୍ତୁତ ପାଇଁ ଯୋଜନା ରହିଛି । ଅନ୍ୟପଟେ ପ୍ରତ୍ୟେକ ଟ୍ରେନିଂ ଭେନ୍ୟୁ, ଦୁବାଇର ଆଇସିସି ଏକାଡେମୀ ଓ ଆବୁଧାବିର ଜାୟଦ କ୍ରିକେଟ ଷ୍ଟାଡିୟମରେ ଦୁଇଟି ଡିସିଏସ ପ୍ରସ୍ତୁତ ହେଉଛି ।

ଟ୍ରେନିଂ ଭେନ୍ୟୁ ଓ ମ୍ୟାଚ ଭେନ୍ୟୁ ଉଭୟ ସ୍ଥାନରୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବା ନେଇ ସୂଚନା ଦେଇଛନ୍ତି NADA ନିର୍ଦ୍ଦେଶକ ନବୀନ ଅଗ୍ରୱାଲ ।

ବିରାଟ କୋହଲି, ରୋହିତ ଶର୍ମା ଓ ଏମଏସ ଧୋନିଙ୍କ ପରି ଭେଟେରାନ ଖେଳାଳି ମଧ୍ୟ ଡୋପ ଟେଷ୍ଟରେ ସାମିଲ ହେବେ । ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ବିଶ୍ବର ବିତ୍ତଶାଳୀ କ୍ରିକେଟ ଲିର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । କୋରୋନା ଭାଇରସ କାରଣରୁ ବିସିସିଆଇ ଚଳିତ ଥର ୟୁଏଇରେ ଆଇପିଏଲର 13ତମ ସଂସ୍କରଣର ଆୟୋଜନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.