ହାଇହ୍ରାବାଦ: 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ପାଇଁ ପାକିସ୍ତାନ ଦଳ ଘୋଷଣା ହୋଇଛି । 15 ଜଣିଆ ବିଶ୍ବକପ ଦଳରେ ଯୁବ ଫାଷ୍ଟଲବୋଲର ନସୀମ ଶାହଙ୍କୁ ସ୍ଥାନ ମିଳିଛି । ଜାନୁୟାରୀ 17ରୁ ଫେବୃୟାରୀ 19 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଏହି ବିଶ୍ବକପ ଖେଳାଯିବ । ନସୀମ ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଅନ୍ତଜାର୍ତୀୟ ଡେବ୍ୟୁ କରିଥିଲେ ।
ମାତ୍ର 16 ବର୍ଷ ବୟସରେ ଅଷ୍ଟ୍ରେଲିଆ ମାଟିରେ ନସୀମ ଡେବ୍ୟୁ କରିବାର ରେକର୍ଡ କରିଥିଲେ । ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ କ୍ରେଗ 178 ବର୍ଷ ବୟସରେ 1953ରେ ଏମସିଜି ଗ୍ରାଉଣ୍ଡରେ ଟେଷ୍ଟ ଡେବ୍ୟୁ କରିଥିଲେ ।
ପାକିସ୍ତାନ 19 ବର୍ଷରୁ କମ କ୍ରିକେଟ ବିଶ୍ବକପରେ 2004 ଓ 2006ରେ ଚମ୍ପିଆନ ହୋଇଥିଲା । ଏଥିସହିତ 3ଥର ରନରସର୍ପ ମଧ୍ୟ ହୋଇଛି । ତେବେ ନସୀମ ପେସରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଉଛନ୍ତି । ଫଳରେ ନସୀମଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।