ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ 3ୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ସ୍ପିନର ସାହାବାଜ ନଦୀମ । ଘରୋଇ କ୍ରିକେଟରେ କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଯୋଗୁଁ ନଦୀମଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି । 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ଆଗୁଆ 2-0ରେ ଜିତି ନେଇଛି । ତେବେ 3ୟ ଟେଷ୍ଟରେ ନଦୀମ ଭ୍ରମଣକାରୀ ଦଳ ବିକ୍ଷରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି କହିଛନ୍ତି ବ୍ୟାଟିଂ କୋଚ ବିକ୍ରମ ରାଠୋର । ଧୋନୀ ଓ ବୁଣ ଆରୁଣଙ୍କ ପରେ ନଦୀମ 3ୟ ଝାଡଖଣ୍ଡ କ୍ରିକେଟର ଭାବେ ଟିମ ଇଣ୍ଡିଆର ଟେଷ୍ଟ ସଦସ୍ୟ ହୋଇଛନ୍ତି ।
ଝାଡଖଣ୍ଡର ବାମହାତୀ ସ୍ପିନର ନଦୀମ କୁଲଦୀପ ଯାଦବ ଆହତ ହେବା ପରେ ଦଳରେ ସ୍ଥାନ ପାଇଛନ୍ତି । ନଦୀମଙ୍କ ନାମରେ 424ଟି ପ୍ରଥମ ଶ୍ରେଣୀ ୱିକେଟ ରହିଛି । ରଣଜୀ ଟ୍ରଫି ଇତିହାସରେ ନଦୀମ ଗୋଟିଏ ସଂସ୍କରଣରେ 50ରୁ ଅଧିକ ୱିକେଟ ହାସଲକାରୀ ଏକମାତ୍ର ବୋଲର । ଗତବର୍ଷ ବିଜୟ ହଜାରେ ଟ୍ରଫିରେ ରାଜସ୍ଥାନ ବିପକ୍ଷରେ 8ଟି ୱିକେଟ ନେଇ ରେକର୍ଡ କରିଥିଲେ ନଦୀମ । ରାଞ୍ଚିର ପିଚ ସ୍ପିନକୁ ସୁହାଇବା ନେଇ ଆଶା କରାଯାଉଛି । ଭାରତ 3ଟି ସ୍ପେଶାଲିଷ୍ଟ ସ୍ପିନର(ଜାଡେଜା, ଅଶ୍ବିନି, ନଦୀମ)ଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇଛି ।