ETV Bharat / sports

ମୋର ପ୍ରଥମ କାମ କୋହଲିଙ୍କୁ ସହାୟତା କରିବା: ରାହାଣେ - ଟେଷ୍ଟ ଚାମ୍ପିୟନସିପ

ଇଂଲଣ୍ଡ ବିପକ୍ଷ ସିରିଜରେ ବିଜୟ ହାସଲ କରି ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ଭାରତ ସ୍ଥାନ ପକ୍କା କରିବାକୁ ନେଇ ଆଲୋଚନା ଜାରି ରହିଛି। ତେବେ ବର୍ତ୍ତମାନ କେବଳ ଇଂଲଣ୍ଡ ବିରୋଧରେ ଭଲ ପ୍ରଦର୍ଶନ ସହ କୋହଲିଙ୍କୁ ସହାୟତା ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ରାହାଣେ । ଅଧିକ ପଢ଼ନ୍ତୁ...

My job is to take a backseat and help Virat as captain ajinkya Rahane
ମୋର ପ୍ରଥମ କାମ କୋହଲିଙ୍କୁ ସହାୟତା କରିବା: ରାହାଣେ
author img

By

Published : Feb 3, 2021, 10:17 PM IST

ଚେନ୍ନାଇ: ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ସିରିଜ ବିଜୟ ହାସଲ କରିଥିଲା। ଏହାପରେ ଇଂଲଣ୍ଡ ବିପକ୍ଷ ସିରିଜରେ ବିଜୟ ହାସଲ କରି ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ଭାରତ ସ୍ଥାନ ପକ୍କା କରିବାକୁ ନେଇ ଆଲୋଚନା ଜାରି ରହିଛି । ତେବେ ବର୍ତ୍ତମାନ କେବଳ ଇଂଲଣ୍ଡ ବିରୋଧ ଭଲ ପ୍ରଦର୍ଶନ ସହ କୋହଲିଙ୍କୁ ସହାୟତା ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ରାହାଣେ ।

ବୁଧବାର ଏକ ଭର୍ଚୁଆଲ ପ୍ରେସମିଟରେ ଯୋଗ ଦେଇଥିଲେ ଆଜିଙ୍କ୍ୟ ରାହାଣେ । ଏହି ଅବସରରେ ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ମିଳିଥିବା ବିଜୟ ମୂହୁର୍ତ୍ତ ଅତୀତ ହୋଇଛି। ବର୍ତ୍ତମାନ ଆଗକୁ ବଢ଼ି ଇଂଲଣ୍ଡ ବିପକ୍ଷରେ କିଭଳି ଦଳ ଭଲ ପ୍ରଦର୍ଶନ କରିବା ସେନେଇ ଧ୍ୟାନ ଦିଆଯିବା ଦରକାର। ରାହାଣେ କୋହଲିଙ୍କୁ ସହାୟତା କରିବେ ବୋଲି କହିଛନ୍ତି।

ଖାଲି ସେତିକି ନୁହେଁ ବର୍ତ୍ତମାନ ଦଳ ଜୁନ ମାସ ଲର୍ଡସରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ବିଷୟରେ ଭାବୁ ନାହିଁ। ଦଳ ଆଗାମୀ ସିରିଜରେ କିଭଳି ଭଲ ପ୍ରଦର୍ଶନ କରିବ ତାହା ଚିନ୍ତା କରୁଛି। କୌଣସି ଦଳକୁ ହାଲୁକା ଭାବେ ନେବା ଠିକ ନୁହେଁ। ବିଶ୍ବ ଟେଷ୍ଟା ଚାମ୍ପିୟନସିପ ପାଇଁ ଆହୁରି 3ରୁ 4 ମାସ ବାକି ରହିଛି। ନ୍ୟୁଜିଲାଣ୍ଡ ବହୁତ ଭଲ ପ୍ରଦର୍ଶନ କରିଛି। ଏଥିପାଇଁ ସେ ଫାଇନାଲରେ ପହଞ୍ଚିବା ହକଦାର। କିନ୍ତୁ ଆମେ ବର୍ତ୍ତମାନ ଆମ ସିରିଜ ଉପରେ ଧ୍ୟାନ ଦେଉଛୁ।

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ବିଜୟକୁ ନେଇ ରାହାଣେ ମଜାରେ କହିଛନ୍ତି ଯେ, "ମୁଁ ଚାପ ମୋ ଉପରକୁ ନେଇ ନଥିଲି। ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ଭାରତ ଫେରି ଆସିଥିଲେ। ଏଥିପାଇଁ କିଛି ବି ଏପଟସେପଟ ହୋଇଥିଲେ ମୁଁ କେବଳ ଅଧିନାୟକ ଭାର ସମ୍ଭାଳିଥିଲି ବୋଲି କହି ପାରିଥାନ୍ତି।"

ଆସନ୍ତା ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.