ETV Bharat / sports

ଚେପକ୍‌ରେ ଚେନ୍ନାଇକୁ ମାତ ଦେଇ ଫାଇନାଲରେ ମୁମ୍ବାଇ - final

ଚେନ୍ନାଇକୁ ମାତ୍ ଦେଇ ଫାଇନାଲ ଟିକେଟ ପାଇଲା ମୁମ୍ବାଇ । ଚେପକ୍‌ ଗ୍ରାଉଣ୍ଡରେ ଦୀର୍ଘ 9 ବର୍ଷର ବିଜୟ ଧାରକୁ ବଜାୟ ରଖିଲା ରୋହିତ ବ୍ରିଗେଡ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର @csk
author img

By

Published : May 8, 2019, 12:42 AM IST

ଚେନ୍ନାଇ: ଚେନ୍ନାଇକୁ ମାତ୍ ଦେଇ ଫାଇନାଲ ଟିକେଟ ପାଇଲା ମୁମ୍ବାଇ । ଚେପକ୍‌ ଗ୍ରାଉଣ୍ଡରେ ଦୀର୍ଘ 9 ବର୍ଷର ବିଜୟ ଧାରକୁ ବଜାୟ ରଖିଲା ରୋହିତ ବ୍ରିଗେଡ । ପ୍ରଥମ ଘାତକ ବୋଲିଂ ଓ ପରେ ଯୁବ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ 71ରନର ପାଳି ମୁମ୍ବାଇକୁ ଭେଟି ଦେଇଛି ଏହି ବିଶାଳ ବିଜୟ । ତେବେ ପରାଜୟ ସହ ଚେନ୍ନାଇ କ୍ବାଲିଫାୟର-2କୁ ଅପେକ୍ଷା କରିଛି ।

ତେବେ ଟସ ଜିତି ଚେପକ୍‌ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 131 ରନ କରିଥିଲା ଧୋନି ବାହିନୀ । ବିଜୟଲକ୍ଷ୍ୟକୁ ପଶ୍ଚାତଧାବନ କରି 9ଟି ବଲ ପୂର୍ବରୁ ବିଜୟ ହାସଲ କରିଛି ମୁମ୍ବାଇ । ଅତିଥି ଦଳ ପକ୍ଷରୁ ଯୁବ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ 71ରନର ପାଳି ଖେଳିଛନ୍ତି ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର @mi

ମୁମ୍ବାଇ ପକ୍ଷରୁ ଓପନ କରିବାକୁ ପଡିଆକୁ ଆସିଥିଲେ ଅଧିନାୟକ ରୋହିତ ଶର୍ମା ଓ ଡି କକ୍‌ । ମାତ୍ର 21ରନରେ ଦଳ ଦୁଇଟି ୱିକେଟ ହରାଇବା ପରେ ଲାଗୁଥିଲା ମ୍ୟାଚରେ ପୁଣି ଧୋନିଙ୍କ ଅଦୃଶ୍ୟ ଯାଦୁ କାମ କରିଯିବ । ମାତ୍ର ତୃତୀୟ ୱିକେଟ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଯୁବ ସୂର୍ଯ୍ୟକୁମାର ଯାଦବ ଆଗରେ ଧୋନିଙ୍କ ସବୁ ଷଡଯନ୍ତ୍ର ଫେଲ ମାରିଥିଲା । ଇଶାନ କିଶାନ ଓ ଯାଦବ ମିଶି ମୁମ୍ବାଇକୁ ବିଜୟ ଦ୍ୱାର ଆଡକୁ ଅଗ୍ରସର କରାଇଥିଲେ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯାଦବ ମିଶି ଦଳକୁ ଫାଇନାଲ ଯାଏଁ ପହଁଚାଇଥିଲେ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ ଟ୍ବିଟର @csk

ତେବେ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଓପନିଂ ଯୋଡି ଫାପ ଡୁ ପ୍ଲେସିସି ଓ ଶେନ ୱାଟସନ ପ୍ରଥମ ୱିକେଟ ଯୋଡିରେ ମାତ୍ର 6ରନ କରିଥିଲେ । ତେବେ ଧୋନି ରାଇଡୁଙ୍କ ଅପରାଜିତ 66ରନ ଭାଗୀଦାରି ବଳରେ ନିର୍ଦ୍ଧାରିତ 20 ଓଭରରେ 4ୱିକେଟ ହରାଇ 131ରନ କରିଥିଲା ଚେନ୍ନାଇ ।

Intro:Body:

df

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.