ETV Bharat / sports

ଆଇପିଏଲ-12: ଶେଷ ବଲରେ ମୁମ୍ବାଇକୁ ବିଜୟ ଭେଟି ଦେଲେ ଜୋସେଫ - ipl

ବିପକ୍ଷ ପଞ୍ଜାବ ଦେଇଥିବା 198ରନକୁ ପଶ୍ଚାତଧାବନ କରି ଶେଷ ବଲରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଦ୍ଧାରିତ 20 ଓଭରରେ 7ୱିକେଟ ହରାଇ 198ରନ କରି ପାରିଛି ଘରୋଇ ଦଳ ।

ଫଟୋ ସୌଜନ୍ୟ- ଟ୍ବଟର @mumbai indians
author img

By

Published : Apr 11, 2019, 6:44 AM IST

ମୁମ୍ବାଇ: ରୋମାଞ୍ଚକ ପୂର୍ଣ୍ଣ ମୁକାବିଲାରେ ବାଜିମାତ କରିଛି ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ । 3 ୱିକେଟରେ ଅତିଥି ପଞ୍ଜାବକୁ ଦେଇଛି ମାତ । ମ୍ୟାଚର ହିରୋ ସାଜିଛନ୍ତି କାମଚଳା ଅଧିନାୟକ କାଇରନ ପୋଲାଡ । 31ବଲରୁ 83 ରନର ବିସ୍ଫୋରକ ପାଳି ସହିତ ଦଳକୁ ବିଜୟ ଦ୍ବାରରେ ଆଣି ଠିଆ କରି ଦେଲେ ପୋଲାଡ । ପରେ ଶେଷ ଓଭରରେ ଆବଶ୍ୟକ 16ରନ ଯୋଡି ମ୍ୟାଚରେ ଦଳକୁ ବିଜୟ କରିଛନ୍ତି ଶେଷ ମ୍ୟାଚରେ 6 ୱିକେଟ ହଲ ନେଇଥିବା ଆଲଜାରୀ ଜୋସେଫ ।

ବିପକ୍ଷ ପଞ୍ଜାବ ଦେଇଥିବା 198ରନକୁ ପଶ୍ଚାତଧାବନ କରି ଶେଷ ବଲରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଦ୍ଧାରିତ 20 ଓଭରରେ 7ୱିକେଟ ହରାଇ 198ରନ କରି ପାରିଛି ଘରୋଇ ଦଳ ।

ipl
ଫଟୋ ସୌଜନ୍ୟ- ଟ୍ବଟର @mumbai indians

ସୂଚନାଥାଉ ଆହାତ କାରଣରୁ ବିଶ୍ରାମ ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ତେଣୁ ତାଙ୍କ ସ୍ଥାନରେ ଡି କକ୍‌ଙ୍କ ସହ ଓପନିଙ୍ଗ କରିବାକୁ ପଡିଆକୁ ଆସିଥିଲେ ସିଦ୍ଧେଶ ଲାଡ । ମାତ୍ର ଦୁଇ ଓପନର ଚାଲିନଥିଲେ । ପ୍ରଥମ ୱିକେଟ ପାଇଁ ମାତ୍ର 28ରନ ଯୋଡିଥିଲେ ଦୁହେଁ । ସେହିପରି ଦଳୀୟ ସ୍କୋର 56 ରନରେ ସୁର୍ଯ୍ୟ କୁମାର ଆଉଟ ହେବା ଦଳକୁ ଲାଗିଥିଲା ବଡ ଝଟକା । ପରେ ପଡିଆକୁ ଆସି କାମଚଳା ଅଧିନାୟକ କରିଥିଲେ ନିଜର କର୍ତ୍ତବ୍ୟ । ପୋଲାଡ 10ଛକା ଓ 3ଟି ଚୌକା ସହ 31 ବଲରୁ 83ରନ ପାଳି ଖେଳି ଦଳକୁ ବିଜୟ ଦ୍ବାରରେ ଆଣି ଠିଆ କରିଦେଲେ ।

ମାତ୍ର ଏହି ହାଇ ସ୍କୋରିଙ୍ଗ ଗେମରେ ଦଳକୁ ଶେଷ ପର୍ଯ୍ୟନ୍ତ ନେବା ପୂର୍ବରୁ ଆଉଟ ହୋଇଗଲେ ପୋଲାଡ । 20ତମ ଓଭରରେ ଅଙ୍କିତ ରାଜପୁତଙ୍କ ବଲକୁ ଛକା ମାରିବାକୁ ପ୍ରୟାସ କରି ଡେଭିଡ ମିଲରଙ୍କ ହାତାରେ କ୍ୟାଚ ଆଉଟ ହୋଇ ପାଭେଲିଅନକୁ ଫେରିଥିଲେ ସେ । ଶେଷରେ ଗୋଟିଏ ବଲରେ ଘୋରଇ ଦଳକୁ ଦରକାର ଥିଲା ଦୁଇ ରନ । ଅଙ୍କିତ ବଲରେ ଏକ ଲମ୍ବା ସର୍ଟ ଖେଳି ଦୁଇ ରନ ନେବାକୁ ସକ୍ଷମ ହୋଇଥଲେ ଜୋସେଫ । ଆଉ ଏହି ହାଇ ସ୍କୋରିଂ ଗେମରେ ଦଳକୁ ଭେଟି ଦେଲେ ବିରାଟ ବିଜୟ ।

ipl
ଫଟୋ ସୌଜନ୍ୟ- ଟ୍ବଟର @mumbai indians

ତେବେ ୱାଙ୍ଖଡେ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଘରୋଇ ଦଳ । ମାତ୍ର ଘରୋଇ ଦଳର ଗେମ ଷ୍ଟାର୍ଜେଜିକୁ ଭୁଲ ପ୍ରମାଣିତ କରିଥିଲେ ପଞ୍ଜାବର ଲୋକେଶ ରାହୁଲ । ଓପନର କ୍ରିସ ଗେଲଙ୍କ ସହ ମିଶି ଦଳକୁ ଭଲ ଆରମ୍ଭ ଦେଇଥିଲେ ରାହୁଲ । ଏହି ମ୍ୟାଚରେ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ଓ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୭ ରନ୍ କରିଥିଲା ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବ ହିରୋ ସୁପର କପ ର ଶେଷ ସେମିଫାଇନାଲ ରେ ଏଟିକେ କୁ 2-0ରେ ହରାଇଛି ଚେନ୍ନାୟାନ।
  ପ୍ରଥମ ସେମିଫାଇନାଲ ରେ ଚେନ୍ନାଇ ସିଟିକୁ 3-0ରେ ହରାଇ ଫାଇନଲ ରେ ପ୍ରବେଶ କରିଥିବା ଗୋଆ ସହିତ ଆସନ୍ତା 13 ତାରିଖରେ ଟ୍ରଫି ପାଇଁ ମୁକାବିଲା ହେବ।
ଆଜି ଖେଳ ଆରମ୍ଭରୁ ବେଶ ସଂଘର୍ଷ ପୂର୍ଣ୍ଣ ରହିଥିଲା।କିନ୍ତୁ ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ କୌଣସି ଗୋଲ ସ୍କୋର ହୋଇ ପାରି ନଥିଲା।ଏହି ସମୟ ମଧ୍ୟରେ ଉଭୟ ପକ୍ଷର ଅନେକ ଖେଳାଳି ଆହତ ହୋଇଥିବା ଦେଖିବାକି ମିଳିଥିଲା।
ଦ୍ଵିତୀୟର୍ଦ୍ଧ ରେ ଏହି ସଂଘର୍ଷ ଦେଖିବାକୁ ମିଳିଥିଲେ ସୁଦ୍ଧା ଏଟିକେ ଏହାର ଫାଇଦା ହାସଲ କରିବାରେ ବିଫଳ ରହିଥିଲା।ଯେବେକି ଚେନ୍ନାୟାନ ର ଖେଳାଲିମାନେ ବେଶ ସତର୍କତାର ସହିତ ଖେଳି 58 ଓ75 ମିନିଟ ରେ2ଟି ଗୋଲ ସ୍କୋର କରିଥିଲେ।ପ୍ରଥମ ଗୋଲ ଟିକୁ ଭିନିଥ ଦେଇଥିବା ବେଳେ 2ୟଟିକୁ ଅନିରୁଦ୍ଧ ଥାପ୍ପା ଦେଇଥିଲେ।ତେବେ ଉନ୍ନତ ପ୍ରଦର୍ଶନ ପାଇଁ ଅନିରୁଦ୍ଧ ଙ୍କୁ ହିରୋ ଅଫ ଦ  ମ୍ୟାଚ ଭାବେ ପୁରସ୍କୃତ କରାଯାଇଛି।
Laxmikanta das
Bhubaneswar
Visual already sent by mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.