ଜୋହାନ୍ସବର୍ଗ: ବଲ୍ ଚମକାଇବାରେ ଛେପ କିମ୍ବା ଝାଳର ବ୍ୟବହାରକୁ ବାରଣ କରାଯାଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଅନିଲ କୁମ୍ବଲେଙ୍କ ନେତ୍ବତ୍ବରେ ଆଇସିସି କ୍ରିକେଟ କମିଟି ବୋର୍ଡକୁ ଏହି ନିୟମକୁ ସୁପାରିଶ କରିଛି ।
ତେବେ ଏହାକୁ ନେଇ ଚାରିଆଡୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ବୋଲର ମର୍ଣ୍ଣେ ମୋର୍କେଲ ଏହି କ୍ରମରେ ନିଜର ମତ ରଖିଛନ୍ତି । ମୋର୍କେଲ କହିଛନ୍ତି, "ଏହି ନିୟମ ଯୋଗୁଁ ବୋଲରଙ୍କ ଠାରୁ ଫିଲ୍ଡରଙ୍କୁ ଅଧିକ ଆହ୍ବାନର ସାମ୍ନା କରିବାକୁ ପଡିବ ।"
35 ବର୍ଷିୟ ମୋର୍କେଲ 2018ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ବିନା ଦର୍ଶକରେ କ୍ରିକେଟ ଆରମ୍ଭକୁ ମଧ୍ୟ ନାପସନ୍ଦ କରିଛନ୍ତି ମୋର୍କେଲ । ଦର୍ଶକଙ୍କ ବିନା କ୍ରିକେଟର କିଛି ବି ନୁହଁନ୍ତି ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ