ETV Bharat / sports

ଇଂଲଣ୍ଡରୁ ଭାରତୀୟଙ୍କୁ ଅପିଲ, ପିଏମ ମୋଦିଙ୍କ ଲକଡାଉନକୁ ଶତପ୍ରତିଶତ ମାନନ୍ତୁ

author img

By

Published : Apr 9, 2020, 5:00 PM IST

କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଲାଗୁ କରିଛନ୍ତି 21 ଦିନିଆ ଲକଡାଉନ । ଏହାକୁ ଗମ୍ଭୀରତାର ସହ ପାଳନ କରିବାକୁ ସମସ୍ତ ଭାରତୀୟଙ୍କୁ ଅପିଲ କରିଛନ୍ତି ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନିସର ।

Monty panesar urges Indian people
ଇଂଲଣ୍ଡରୁ ଭାରତୀୟଙ୍କୁ ଅପିଲ, ପିଏମ ମୋଦିଙ୍କ ଲକଡାଉନକୁ ମାନନ୍ତୁ ଶତପ୍ରତିଶତ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଲାଗୁ କରିଛନ୍ତି 21 ଦିନିଆ ଲକଡାଉନ । ଏହାକୁ ଗମ୍ଭୀରତାର ସହ ପାଳନ କରିବାକୁ ସମସ୍ତ ଭାରତୀୟଙ୍କୁ ଅପିଲ କରିଛନ୍ତି ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନିସର ।

ମାର୍ଚ୍ଚ 25 ଠାରୁ ସାରାଦେଶ ଲକଡାଉନରେ ରହିଛି । ତେବେ ଆମାଗୀ କିଛି ସପ୍ତାହ ବେଶ ଗୁରତ୍ବପୂର୍ଣ୍ଣ ରହିଥିବା ଇଂଲଣ୍ଡର ଏହି ଭେଟେରାନ ସ୍ପିନର କହିଛନ୍ତି । ୟୁକେରେ ନିଜ ହୋମଟାଉନ ଲ୍ୟୁଟନରେ ସେଲ୍ଫ ଆଇସୋଲେସନରେ ରହିଥିବା କହିଛନ୍ତି ପନିସର । ବର୍ତ୍ତମାନ ସମୟରେ ସାମାଜିକ ଦୂରତାକୁ ବଜାୟ ରଖିବା ସହ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶକୁ ଶତପ୍ରତିଶତ ମାନିବାକୁ ପନିସର ସବୁ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି ।

ମଣ୍ଟି ପନିସର ଇଂଲଣ୍ଡ ପକ୍ଷରୁ 50 ଟେଷ୍ଟ, ଓ 26ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.