ETV Bharat / sports

ବ୍ରିସବେନରେ ବିଜୟ, ହାଇଦ୍ରାବାଦରେ ଉତ୍ସବ: ସିରାଜଙ୍କ ପ୍ରଦର୍ଶନରେ ଆତ୍ମବିଭୋର ପରିବାର

author img

By

Published : Jan 19, 2021, 10:31 PM IST

ବ୍ରିସବେନରେ ବିଜୟ ହାଇଦ୍ରାବାଦରେ ଉତ୍ସବ । ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପରିବାର ପ୍ରଦର୍ଶନରେ ଖୁସିବ୍ୟକ୍ତି କରିଛନ୍ତି । ଅଧିକ ପଢନ୍ତୁ..

MOHAMMED SIRAJ FAMILY AND FRIENDS HAPPY WITH THE HISTORIC WIN
ବ୍ରିସବେନରେ ବିଜୟ, ହାଇଦ୍ରାବାଦରେ ଉତ୍ସବ: ସିରାଜଙ୍କ ପ୍ରଦର୍ଶନରେ ଆତ୍ମବିଭୋର ପରିବାର

ହାଇଦ୍ରାବାଦ: ଭାରତୀୟ ଟିମ ପାଇଁ ପୁଅକୁ ଦେଖିବାକୁ ଚାହୁଁଥିଲେ ପିତା । ମାତ୍ର ଏହି ଆଶା ନେଇ ସେ ଶେଷନିଦ୍ରାରେ ଶୋଇଗଲେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତା। ଯଦି ଆଜି ସେ ଜୀବିତ ଥାନ୍ତେ, ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପୁଅ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ଭାବେ ଗର୍ବ କରିଥାନ୍ତେ ।

ମହମ୍ମଦ ସିରାଜ

ଭାରତୀୟ ଟିମ 2-1ରେ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଜିତିଛି । ଏହି ସିରିଜରେ ସିରାଜ ମୋଟ 13 ୱିକେଟ ହାସଲ କରିଛନ୍ତି । ବ୍ରିସବେନରେ ମିଳଥିବା ବିଜୟର ଉତ୍ସବ ହାଇଦ୍ରାବାଦରେ ମଧ୍ୟ ମନାଯାଇଛି ।

ସିରାଜଙ୍କ ପିତା ମହମ୍ମଦ ଗୈସଙ୍କର 20 ନଭେମ୍ବରରେ ନିଧନ ହୋଇଥିଲା । ଏହାର ଗୋଟିଏ ସପ୍ତାହ ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା । କୋରୋନା ପ୍ରୋଟୋକଲ ପାଇଁ ସିରାଜ ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ଆସିପାରିନଥିଲେ ।

ସିରାଜଙ୍କ ଭାଇ ମହମ୍ମଦ ଇସ୍ମାଇଲ କହିଛନ୍ତି, "ପିତାଙ୍କ ସ୍ବପ୍ନ ଥିଲା ସିରାଜ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳୁ । ଉଭୟ ବ୍ଳୁ ଓ ଧଳା ଜର୍ସିରେ ସେ ସିରାଜିଙ୍କୁ ଦେଖିବାକୁ ଚାହୁଁଥିଲେ । ଏହି ସ୍ବପ୍ନ ତାଙ୍କର ସତ ହୋଇଛି। ଭାରତୀୟ ଟିମର ବିଜୟରେ ସିରାଜ ଭଲ ଯୋଗଦାନ ଦେଇଥିବାରୁ ବହୁତ ଖୁସି ।" ଘରେ କୌଣସି ଉତ୍ସବ ହୋଇନି ମାତ୍ର ପଡୋଶୀ ହାଇଦ୍ରାବାଦରେ ଉତ୍ସବର ପ୍ରସ୍ତୁତି କରିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.