ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସ୍ପିଡ ଷ୍ଟାର ମହମ୍ମଦ ସାମିଙ୍କ ପସନ୍ଦର କ୍ରିକେଟ ଫର୍ମାଟ କ୍ରିକେେଟର ଲମ୍ବା ଫର୍ମାଟ ବା ଟେଷ୍ଟ କ୍ରିକେଟ । ଟେଷ୍ଟ କ୍ରିକେଟ ଅସଲ କ୍ରିକେଟ । ସେଥିପାଇଁ ଟେଷ୍ଟ କ୍ରିକେଟ ତାଙ୍କର ବେଶୀ ପସନ୍ଦ ।
ମନୋରଞ୍ଜନ ଦୃଷ୍ଟିରୁ ଟି-20 ଖେଳିବାର ଆନନ୍ଦ ମିଳେ, ମାତ୍ର ଟେଷ୍ଟ କ୍ରିକେଟରେ ହି ପକୃତ କ୍ରିକେଟ ପରୀକ୍ଷା ହୋଇଥାଏ କହିଛନ୍ତି ସାମି । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କ ସହ ଇଷ୍ଟାଗ୍ରାମ ଲାଇଭ ଭିଡିଓରେ ଏହା କହିଛନ୍ତି ଭାରତୀୟ ଷ୍ଟାର ବୋଲର ସାମି ।
ତେବେ 50 ଓଭରର କ୍ରିକେଟରେ ମଧ୍ୟ ସାମି ପ୍ରଭାବି ପ୍ରଦର୍ଶନ କରିଛନ୍ତି । 2019 କ୍ରିକେଟ ବିଶ୍ବକପରେ ଆଫଗାନିସ୍ତାନ ବିପକ୍ଷରେ ହାଟ୍ରିକ ୱିକେଟ ଅକ୍ତିଆର କରିଥିଲେ ସାମି । ଶେଷ ଓଭରରେ ଆଫଗାନିସ୍ତାନ ବିଜୟ ପାଇଁ 16 ର ନ ଆବଶ୍ୟକ କରୁଥିଲା । ମାତ୍ର ସାମି ମାତ୍ର 4 ରନ ବ୍ୟୟ କରିବା ସହ ହାଟ୍ରିକ ଆଉଟ କରିଥିଲେ । ଫଳରେ ଭାରତ 11 ରନରେ ବିଜୟୀ ହୋଇଥିଲା । ଦିନିକିଆ କ୍ରିକେଟ ବିଶ୍ବକପ ଇତିହାସରେ ହାଟ୍ରିକ ହାସଲ କରିବାରେ ଚେତନ ଶର୍ମାଙ୍କ ପରେ, ସାମି 2ୟ ଭାରତୀୟ ବୋଲର ହୋଇଥିଲେ । 1987 ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚେତନ ଶର୍ମା ହାଟ୍ରିକ ୱିକେଟ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ