ନୂଆଦିଲ୍ଲୀ: ମେଲବର୍ଣ୍ଣରେ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟରେ ଶତକ ସ୍ବତନ୍ତ୍ର । କାରଣ ଏହା ସିରିଜ ବିଜୟ ଆଗକୁ ବାଟ କଢାଇଥିଲା । ଏହା କହିଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ।
![Melbourne century very special as it was crucial for series victory, says Rahane](https://etvbharatimages.akamaized.net/etvbharat/prod-images/10366215_rahane.jpg)
ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ପ୍ରବଳ ସମାଲୋଚନାର ଶିକାର ହୋଇଥିଲା ଭାରତୀୟ ଦଳ । ସମସ୍ତ ଶକ୍ତି ସହ ଲଢିବା ସତ୍ତ୍ବେ ମଧ୍ୟ ମିଳିଥିଲା ଅଲୋଡା ରେକର୍ଡ ପରାଜୟ ।
ଅନ୍ୟପଟେ ପ୍ରଥମ ମ୍ୟାଚ ଖେଳି କ୍ୟାପଟେନ ବିରାଟ କୋହଲି ସ୍ବଦେଶ ଫେରିଥିଲେ । ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଆହତ କାରଣରୁ ବାଦ ପଡିଥିଲେ । ଏପରି ସ୍ଥିତିରେ ସିରିଜରେ 0-1ରେ ପଛୁଆ ଥିବା ଭାରତୀୟ ଦଳ ରାହାଣେଙ୍କ ନେତୃତ୍ବରେ ଦ୍ବିତୀୟ ଟେଷ୍ଟ ଖେଳିଥିଲା । ମ୍ୟାଟଚରେ ରାହାଣେ 112 ରନର ଦମଦାର ଶତକୀୟ ଇଂନିସ ଖେଳିଥିଲେ । ଏହି ଇଂନିସକୁ ସ୍ବତନ୍ତ୍ର କହିଛଞନ୍ତି ରାହାଣେ । ମ୍ୟାଚରେ ଭାରତ ବିଜୟ ହେବାସହ ସିରିଜ 1-1ରେ ବରାବର କରିଥିଲା । ପରେ ସିଡନୀରେ ଡ୍ର ଓ ବ୍ରିସବେନରେ ବିଜୟ ସହ 2-1ରେ ସିରିଜ ଜିତିଥିଲା । ତେବେ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିଥିବା ଶତକୀୟ ଇଂନିସ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି ରାହାଣେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ