ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପଟିଲଙ୍କ ନୂଆ କୀର୍ତ୍ତିମାନ । ଭାରତ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର 2ୟ ମ୍ୟାଚରେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ଘରୋଇ ଗ୍ରାଉଣ୍ଡରେ 4000ରନ୍ ପୂରା କରିଛନ୍ତି । ନ୍ୟୁଜିଲାଣ୍ଡ ଖେଳାଳି ଭାବେ ସବୁଠୁ କମ ମ୍ୟାଚରେ ନିଜ ଘରୋଇ ଗ୍ରାଉଣ୍ଡରେ 4000ରନ୍ ହାସଲ କରିବାର ପ୍ରଥମ ବ୍ୟାଟ୍ସମ୍ୟାନ ହେଲେ ଗୁପଟିଲ ।
ଭାରତ ବିପକ୍ଷ 2ୟ ମ୍ୟାଚରେ ମାର୍ଟିନ 79ବଲ୍ରେ 79ରନ୍ (8ଚୌକା,3ଛକା) ସଂଗ୍ରହ କରିଛନ୍ତି । ଘରୋଇ ଗ୍ରାଉଣ୍ଡରେ ଗୁପଟିଲ 92ପାଳିରେ 4000ରନ୍ ପୂରା କରିଥିବା ପ୍ରଥମ ଖେଳାଳି ହୋଇଯାଇଛନ୍ତି ।
ତାଙ୍କ ପଛକୁ ରହିଛନ୍ତି ରସ୍ ଟେଲର । ଏହି ଉପଲବ୍ଧି ସେ 97ପାଳିରେ ହାସଲ କରିଛନ୍ତି । ସୂଚନାଥାଉକି ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକର 92 ପାଳିରେ ନିଜର ଘରୋଇ ଗ୍ରାଉଣ୍ଡରେ 4000ରନ୍ ପୂରା କରିଥିଲେ ।
ତେବେ ଘରୋଇଗ୍ରାଉଣ୍ଡରେ 4000ରନ୍ ପୂରଣ କରିଥିବା ବିଶ୍ବ ତାଲିକାରେ ପ୍ରଥମ ସ୍ଥାନରେ ବିରାଟ କୋହଲି (78 ପାଳି) ରହିଛନ୍ତି । ଭାରତର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନି 99ଟି ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ ।